fbpx

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶାର MoU: ୫୦ ହଜାର ଯୁବକଙ୍କୁ ମିଳିବ ତାଲିମ

ଭୁବନେଶ୍ୱର: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାର ଏମଓୟୁ ସ୍ୱାକ୍ଷରିତ କରିଛନ୍ତି । ଏଥିରେ ବୈଷୟିକ କ୍ଷେତ୍ରରେ ହଜାରେ ଗବେଷକଙ୍କୁ ସୁବିଧା ଦେବା ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବରରେ ୨ଟି ସଂସ୍ଥା ସ୍ଥାପନ କରିବେ ଉତ୍କର୍ଷ କେନ୍ଦ୍ର । ବୈଷୟିକ କ୍ଷେତ୍ରରେ ୫୦ ହଜାର ଯୁବକଙ୍କୁ ମିଳିବ ତାଲିମ । ଭୁବନେଶ୍ବରରେ ପୁଞ୍ଜିନିବେଶ ପାଇଁ ସ୍କାଏ ୱାର୍କସ ସଂସ୍ଥାକୁ ଆମନ୍ତ୍ରଣ କରାଯାଇଛି ।

ତେବେ ଉଭୟଙ୍କ ସହଭାଗିତାରେ ପରିବେଶ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ କାମ କରିବେ । ଏଥିସହ ସରକାରୀ ଯୋଜନା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଥିବା ମେକାନିଜିମକୁ ଆହୁରି ସୁଦୃଢ଼ କରାଯିବ । ଏଥିସହ ଫ୍ରୋଷ୍ଟ ଓ ସୁଲିଭାନ ଫାର୍ମ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭୁବନେଶ୍ବରରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବା ପାଇଁ ଫ୍ରୋଷ୍ଟ ଓ ସୁଭିଲିଆନ ଫାର୍ମ ଆଗ୍ରହ ପ୍ରକାଶ କରିଛି ।

ରାଜ୍ୟ ସରକାରଙ୍କ ଏକ ଟିମ୍ ସିଲକନ୍ ଭ୍ୟାଲି ଯାଇ ବଡ଼ ବଡ଼ ଅନୁଷ୍ଠାନର ଅଧିକାରୀଙ୍କୁ ଭେଟିଥିଲେ । ସ୍କାଏଓ୍ୱାର୍କ୍ସ ସଲ୍ୟୁସନର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରାଯାଇଛି । ଓଡ଼ିଶାରେ ନିବେଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳ ସେମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାରଙ୍କ ଏହି ଟିମ୍‌ରେ 5T ସଚିବ ଭିକେ ପାଣ୍ଡିଆନ, ଡେଭେଲପମେଣ୍ଟ କମିଶନର ଅନୁଗର୍ଗ, ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଛନ୍ତି ।

Get real time updates directly on you device, subscribe now.