fbpx

ଏହି ରାଶିର ପୁଅଙ୍କୁ ସହଜରେ ହୃଦୟ ଦେଇବସନ୍ତି ଝିଅ

ଜ୍ୟୋତିଷଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରାଶି ଥିବା ଜାତକଧାରୀଙ୍କ ବ୍ୟକ୍ତିତ୍ୱ, ପସନ୍ଦ, କ୍ୟାରିୟର ଏବଂ ପ୍ରେମଜୀବନ ଭିନ୍ନ ଭିନ୍ନ ହୋଇଥାଏ। କାରଣ ସବୁ ରାଶିର ସ୍ବାମୀ ଗ୍ରହ ଅଲଗା। ଏହାର ପ୍ରଭାବ ବ୍ୟକ୍ତିର ସ୍ବଭାବ ଉପରେ ପଡ଼ିଥାଏ। ଆଜିର ଆଲୋଚନାରେ ସେଭଳି ୪ ରାଶିର ପୁଅଙ୍କ ବିଷୟରେ କହିବୁ ଯେଉଁମାନେ ବେଶ ଆକର୍ଷଣୀୟ ବ୍ୟକ୍ତିତ୍ୱଧାରୀ ହୋଇଥାନ୍ତି। ଝିଅମାନେ ଶୀଘ୍ର ଏମାନଙ୍କ ପ୍ରେମରେ ପଡ଼ିଯାଇଥାନ୍ତି।

ମିଥୁନ ରାଶି: ଏହି ରାଶିର ପୁଅମାନଙ୍କ ପ୍ରେମ ପାଇଁ ଝିଅମାନେ ପାଗଳ ହୋଇଯାଇଥାନ୍ତି। କାରଣ ହେଉଛି ସେମାନଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ। ପ୍ରେମ ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଯେଉଁ ଝିଅକୁ ଭଲ ପାଇଥାନ୍ତି ତାର ଖୁସି ଲାଗି କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ମିଥୁନ ରାଶିର ଶାସକ ବୁଧ। ଏଥିଲାଗି ମିଥୁନ ରାଶିର ପୁଅମାନଙ୍କର କଥା କହିବା ଶୈଳୀ ଭିନ୍ନ। ଏହା ତାଙ୍କୁ ଅନ୍ୟଠାରୁ ଅଲଗା କରେ।

ସିଂହ ରାଶି: ସୂର୍ଯ୍ୟ ଗ୍ରହର ସ୍ବାମିତ୍ୱ ଥିବା ଏହି ରାଶିର ପୁଅମାନେ ବେଶ ରୋମାଣ୍ଟିକ୍‌ ଏବଂ ସ୍ନେହୀ ସ୍ବଭାବର। ଏମାନଙ୍କର ପ୍ରେମ ଜୀବନ ବହୁତ ଭଲ। ଆତ୍ମବିଶ୍ୱାସ ଯୋଗୁ ଏମାନେ କାହା ସହ ବି କଥା ହୋଇପାରନ୍ତି। ଝିଅମାନେ ତାଙ୍କର ଏହି ଶୈଳୀକୁ ଭଲ ପାଆନ୍ତି। ଏହି ରାଶିର ପୁଅମାନେ ସହଜରେ ଝିଅମାନଙ୍କର ବନ୍ଧୁ ହୋଇଯାଆନ୍ତି। ଏମାନେ ନିଜ ପରିବାରକୁ ପ୍ରାଧାନ୍ୟ ଦେଇଥାନ୍ତି। ହୃଦୟ ଏମାନଙ୍କର ନିର୍ମଳ। ସେଥିପାଇଁ ଏମାନେ ଯେଉଁଠି ବି ରୁହନ୍ତି ସମସ୍ତଙ୍କର ଭଲପାଇବାର ପାତ୍ର ହୋଇଥାନ୍ତି।

ତୁଳା ରାଶି: ଏହି ରାଶିର ପୁଅମାନଙ୍କ ପ୍ରତି ଝିଅମାନେ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି। କାରଣ ଏମାନଙ୍କ ଷ୍ଟାଇଲ୍‌ ଅଲଗା ହୋଇଥାଏ। କାହାର ବି ହୃଦୟ ଜିତିବାରେ ଏମାନେ ମାହିର। ପ୍ରେମଜୀବନ ବେଶ ଭଲ ଥାଏ। ଏମାନେ ସାଥୀଙ୍କ ଯତ୍ନ ନେଇଥାନ୍ତି। ତୁଳା ରାଶି ଉପରେ ଶୁକ୍ରଙ୍କ ଆଧିପତ୍ୟ ଯୋଗୁ ଏମାନେ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇଥିବା ଯୋଗୁ ଝିଅମାନେ ଏମାନଙ୍କ ଆଡ଼କୁ ସହଜରେ ଆକର୍ଷିତ ହୋଇଯାଇଥାନ୍ତି।

ମକର ରାଶି: ବିଶେଷତଃ ଏହି ରାଶିର ପୁଅମାନେ ଦେଖିବାକୁ ବହୁତ ସୁନ୍ଦର। କଥା କହିବାରେ ଏମାନଙ୍କୁ କେହି ପାରିବେ ନାହିଁ। କଥା ଏବଂ ସ୍ବଭାବ ଯୋଗୁ ଯେକେହି ଝିଅକୁ ଏମାନେ ପାଗଳ କରିପାରନ୍ତି। ଝିଅମାନେ ମଧ୍ୟ ସବୁଠାରୁ ଅଧିକ ଆକର୍ଷିତ ହୋଇଥାନ୍ତି। ସବୁ କାମକୁ ଏମାନେ ଭାବିଚିନ୍ତି କରିଥାନ୍ତି। ଏହି ରାଶିର ସ୍ବାମୀ ଶନି, ଏହା ଏମାନଙ୍କୁ ସଚ୍ଚୋଟ ଥାନ୍ତି।

Get real time updates directly on you device, subscribe now.