fbpx

ମେକ୍ସିକୋରେ ବଡ଼ଧରଣର ବସ୍ ଦୁର୍ଘଟଣା: ୬ ଭାରତୀୟଙ୍କ ସମେତ ୪୦ ଜଣ ଥିଲେ ଯାତ୍ରୀ, ୧୭ ମୃତ

ନୂଆଦିଲ୍ଲୀ: ପଶ୍ଚିମ ମେକ୍ସିକୋର ଏକ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଅନ୍ୟ ୨୨ ଜଣ ଆହତ ହୋଇଥିବା ଜଣାପଡିଛି।

ରାଜ୍ୟ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ସଚିବ ଜର୍ଜ ବେନିଟୋ ରୋଡ୍ରିଗୁଏଜ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଖାଲଟି ପ୍ରାୟ ୫୦ ମିଟର (୧୬୪ ଫୁଟ) ଗଭୀର ରହିଛି। ମୃତକଙ୍କ ମଧ୍ୟରେ ୧୪ ବୟସ୍କ ଏବଂ ତିନି ଜଣ ଶିଶୁ ଅଛନ୍ତି। ବସ୍‌ରେ ୪୦ ଜଣ ଯାତ୍ରୀ ତିଜୁନା ଅଭିମୁଖେ ଯାଉଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟ ରାଜଧାନୀ ଟେପିକ୍ ବାହାରେ ଏକ ରାଜପଥରେ ବାରାନ୍କା ବ୍ଲାନ୍କା ନିକଟରେ ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଛଅ ଜଣ ଭାରତୀୟ ନାଗରିକ ଅଛନ୍ତି।

ଏହାପୂର୍ବରୁ ଦକ୍ଷିଣ ମାସର ଓକ୍ସାକାଠାରେ ଏକ ବସ୍ ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଫେବୃଆରୀରେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଆସିଥିବା ଏକ ବସ୍ କେନ୍ଦ୍ରୀୟ ମେକ୍ସିକୋରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.