fbpx

ଭୁଲ୍‌ରେ ମଧ୍ୟ କିଣନ୍ତୁ ନାହିଁ ଏପରି ଜମି, ମାଡି ଆସିବ ବିପଦ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସାଧାରଣତଃ ସମସ୍ତଙ୍କ ଜୀବନରେ ଏକ ବଡ ଆଶା ଥାଏ ଯେ , ଜୀବନରେ ଭଲ ଯାଗା ବା ଜମି କିଣି ଏକ ସୁନ୍ଦରଟିଏ ଘର ତିଆରି କରିବା। ବାସ କରିବା ପାଇଁ ଆମକୁ ଭୂମିଖଣ୍ଡେ ତ ନିହାତି ଆବଶ୍ୟକ । ଆଜି କାଲି ପୈତୃକ ସମ୍ପତି ଛାଡି ପ୍ରାୟେ ସମସ୍ତେ ନୂଆ ଯାଗା କିଣି ଘର କରିବା ସାଧାରଣ କଥା ହୋଇଗଲାଣି । ଯଦି ଆପଣ ସଠିକ ଜମି ଚୟନ ନ କରି ଏହାକୁ କିଣୁଛନ୍ତି ତେବେ ଏହା ଆପଣଙ୍କୁ ବିପଦରେ ପକାଇପାରେ । ବାସ୍ତୁ ଏବଂ ଭୂମି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି । ଗୃହ ନିର୍ମାଣ ପାଇଁ ପ୍ରଥମ କାମ ଭୂମିକ୍ରୟ କରିବା। ଭୂମିକ୍ରୟ କଲାବେଳେ ଭୂମି ଚୟନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୂମିରେ କେଉଁ ଦୋଷ ଅଛି ଯାଞ୍ଚ କରି କିଣିଲେ ତାହା ଆପଣଙ୍କ ପାଇଁ ଲାଭ ଦାୟକ ରହିବ ।

କେଉଁ ଜମି କିଣିବା ଦ୍ୱାରା ଶୁଭଫଳ ମିଳେ:
-ବାସ କରିବା ହେତୁ ସବୁବେଳେ ଜୀବିତ ଭୂମି କ୍ରୟ କରିବା ଆବଶ୍ୟକ। ଜୀବିତ ଭୂମି କହିଲେ ଯେଉଁ ଭୂମିରେ ଗଛ-ଲତା ଆଦି ରହିଥାନ୍ତି। ଅନେକ ପ୍ରକାର ଔଷଧ ଜାତୀୟ ବୃକ୍ଷ ତଥା ଲତା ଦ୍ୱାରା ସୁଶୋଭିତ ଉତ୍ତମ ସୁଗନ୍ଧଯୁକ୍ତ ଭୂମିରେ ଗୃହନିର୍ମାଣ କଲେ ଗୃହ କର୍ତ୍ତାକୁ ଶୁଭଫଳ ମିଳେ। ଯେଉଁ ଭୂମିରେ ନେଉଳ ବାସ କରିଥାଏ ସେହି ଭୂମି ମଧ୍ୟ ଅନେକ ପ୍ରକାର ଶୁଭ ଫଳ ପ୍ରଦାନ କରିଥାଏ। ଏହି ପ୍ରକାର ଭୂମି ବହୁତ ପ୍ରକାର ନେଗେଟିଭ୍ ଏନର୍ଜିକୁ ନଷ୍ଟ କରିଥାଏ।
-ଯେଉଁ ଭୂମିରେ ପୂର୍ବରୁ ଘୋଡାଶାଳା ଥିବ ସେହି ଭୂମି ଉପରେ ଗୃହ ନିର୍ମାଣ କରି ରହିଲେ ଅନେକ ପ୍ରକାର ଧନ ସମ୍ପତ୍ତି ଲାଭ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ମେଷ, ସିଂହ, ଓ ଧନୁ ରାଶି ପାଇଁ ଏହି ଭୂମି ବହୁତ ଶୁଭ ଫଳ ପ୍ରଦାନ କରିଥାଏ। ଗୋଶାଳା ଥିବା ଭୂମିରେ ମଧ୍ୟ ଗୃହ ନିର୍ମାଣ କରି ରହିଲେ ଶୁଭଫଳ ମିଳିଥାଏ।
-ଯେଉଁ ଭୂମିରେ ମହୁମାଛି ବାସ କରେ ସେହି ଭୂମି ଉପରେ ବସବାସ କଲେ ଗୃହକର୍ତ୍ତା ଧନବାନ ହୋଇଥାନ୍ତି। ବୃହଷ୍ପତ୍ତି ହେଉଛନ୍ତି ଧନକାରକ ଗ୍ରହ ଏବଂ ମହୁ ହେଉଛି ବୃହଷ୍ପତିଙ୍କ ପ୍ରତୀକ। ଯେଉଁ ଭୂମିରେ ଶଙ୍ଖ, ଗୋଶଙ୍ଖ, ଅନ୍ୟ ସମୁଦ୍ର ଜାତ ଦ୍ରବ୍ୟ ସହିତ ଧାତୁ ମିଳିଥାଏ ସେହି ଭୂମି ମଧ୍ୟ ସୁଖ, ଶାନ୍ତି, ପ୍ରଦାନ କରିଥାଏ।

କେଉଁ ଜମି କିଣିବା ଦ୍ୱାରା ଅନିଷ୍ଟ ହୁଏ :
-ଯେଉଁ ଭୂମିରେ ବୃକ୍ଷ ଲତା ଆଦି କୌଣସି ଗଛ ନଥାଏ, ଭୂମି ଟାଙ୍ଗରା ଥାଏ, ଫାଟ ଥାଏ, ଭୂମିରେ ହାଡ ଆଦି ପଡିଥାଏ, ସେଇ ଭୂମିରେ ଗୃହ ନିର୍ମାଣ କଲେ ବହୁତ ଅଶୁଭ ଫଳ ମିଳିଥାଏ। -ବୃହତ୍ ସଂହିତାରେ ଵର୍ଣ୍ଣିତ ଅଛି ଯେ, ଫାଟଯୁକ୍ତ ଭୂମି ମୃତ୍ୟୁ ତୂଲ୍ୟ। ଆବଡ ଖାବଡ ଭୂମି ଶତ୍ରୁ ବୃଦ୍ଧି କରିଥାଏ। ଶଲ୍ୟ ଯୁକ୍ତ ଭୂମି ଅନର୍ଥକାରୀ।
-ସେହିଭଳି ଗୋଚର ଭୂମି ଅର୍ଥାତ୍ ଗାଇମାନେ ଚରୁଥିବା ସ୍ଥାନ ଉପରେ ଗୃହ ନିର୍ମାଣ କଲେ ମହାପାପ ହୋଇଥାଏ। ସେମିତି ଯେଉଁ ଭୂମିରେ କୋଇଲା, ସୀସା ଏବଂ କଳା ଧାତୁ ମିଳିଥାଏ ସେହି ପ୍ରକାର ଭୂମି ଗୃହବାସୀଙ୍କୁ ଅନେକ ପ୍ରକାର ଅଶୁଭ ଫଳ ଦେଇଥାଏ।

Get real time updates directly on you device, subscribe now.