fbpx

ଦିଲ୍ଲୀ ଏମ୍ସ ଇମର୍ଜେନ୍ସି ୱାର୍ଡ ନିକଟରେ ଲାଗିଲା ନିଆଁ, ସମସ୍ତ ରୋଗୀଙ୍କୁ ଇମର୍ଜେନ୍ସି ୱାର୍ଡରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ସୋମବାର ଅଚାନକ ନିଆଁ ଲାଗିଯାଇଛି। ଏମ୍ସର ଏଣ୍ଡୋସ୍କୋପୀ ରୁମ୍ ରେ ଅଚାନକ ଏହି ନିଆଁ ଲାଗି ଯାଇଥିଲା । ଦିଲ୍ଲୀ ଅଗ୍ନି ନିର୍ବାପନ ସେବା ପକ୍ଷରୁ କୁହାଯାଇଛି ୬ରୁ ଅଧିକ ଦମକଳ ଗାଡି ସେଠାକୁ ପଠାଯାଇଛି ।

ତେବେ ପ୍ରାଥମିକ ସୂଚନା ଅନୁସାରେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡ ଦିନ ପ୍ରାୟ ୧୧ଟା ୪୫ ମିନିଟରେ ଘଟିଛି । ସମସ୍ତ ରୋଗୀଙ୍କୁ ଇମର୍ଜେନ୍ସି ୱାର୍ଡରୁ ସୁରକ୍ଷିତ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.