fbpx

ଏହି ଦିଗରେ ରଖନ୍ତୁ ଏସବୁ ଜିନିଷ: ଘରେ ବର୍ଷିବ ଧନ

ବାସ୍ତୁଶାସ୍ତ୍ରରେ ଧନର ଦେବୀ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ଘରେ ମା’ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ରହିଥାଏ,ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇନଥାଆନ୍ତି । ମାନ୍ୟତା ଅନୁଯାୟୀ ଘରର ଉତ୍ତର ଦିଗରେ ଧନର ଦେବତା କୁବେର ବାସ କରିଥାଆନ୍ତି । କୁବେରଙ୍କ କୃପା ପ୍ରାପ୍ତି ହେବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ । କୁବେରଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ ।

ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ କୁବେର ଦେବତାଙ୍କ ବାସ ରହିଥାଏ । ଘରକୁ ବାସ୍ତୁ ଦୋଷରୁ ରକ୍ଷା କରିବାକୁ ଘରର ଉତ୍ତର ଦିଗରେ କୁବେର ଯନ୍ତ୍ର ଲଗାନ୍ତୁ ।

ଏହାସହ ଏକ ଗୋମତୀ ଚକ୍ରକୁ ଲାଲ ରଙ୍ଗ କପଡାରେ ବାନ୍ଧି ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆଲମିରାକୁ ଏପରି ରଖନ୍ତୁ,ଯେପରି ଏହାର କବାଟ ଉତ୍ତର ଆଡକୁ ଖୋଲିବ । ଏହାଦ୍ୱାରା ମା’ଲକ୍ଷ୍ମୀ ଓ କୁବେରଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

ବାସ୍ତୁରେ ଧାତୁ କଇଁଛକୁ ବହୁତ ଶୁଭ ବୋଲି କୁହାଯାଏ । ଏହାକୁ ରଖିବା ପାଇଁ ଘରର ଉତ୍ତର ଦିଗ ଖୁବ ଶୁଭ । ଏହି ଉପାୟ କରିବା ଦ୍ୱାରା କୁବେର ଦେବତାଙ୍କ ଆଶୀର୍ବାଦ ମିଳିଥାଏ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ । ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

 

ଶାସ୍ତ୍ର ଅନୁଯାୟୀ, ଘରକୁ ସଫାସୁତୁରା ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଗୃହରେ ପ୍ରବେଶ କରିଥାଏ । ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ କୁବେରଙ୍କ ଆଶୀର୍ବାଦ ମିଳିଥାଏ ।

Get real time updates directly on you device, subscribe now.