fbpx

Video: ସହିଦ ଯବାନ ସୁଶାନ୍ତଙ୍କୁ ପାଛୋଟି ନେଉଛନ୍ତି ଆନନ୍ଦପୁରବାସୀ…ଅନ୍ତିମ ଦର୍ଶନ ପାଇଁ ଲାଗିଛି ଭିଡ଼

କେଉଁଝର: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ ମ୍ରିୟମାଣ ହୋଇପଡିଥିବା ବେଳେ ବୀର ଯବାନ କୁ ବାହୁଡ଼ି ନେବା ପାଇଁ ଜନସମୁଦ୍ର ସୃଷ୍ଟି ହୋଇଛି। ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ। ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଆନନ୍ଦପୁରକୁ ଅଣାଯାଇଛି। ବାଟରେ ହଜାର ହଜାର ଲୋକେ ତାଙ୍କର ଵୀରାଂଗତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲୁହ ଭିଜା ଆଖିରେ ସହିଦ ସୁଶାନ୍ତଙ୍କୁ ଶେଷ ଥର ଦେଖିବା ପାଇଁ ଗାଁରେ ସାଙ୍ଗସାଥୀ, ସାହି ପଡ଼ିଶା ଏବଂ ପାଖ ଲୋକମାନେ ରୁଣ୍ଡ ହୋଇ ଠିଆ ହୋଇଛନ୍ତି । ଶେଷ ଥର ପାଇଁ ଅତି ପ୍ରିୟର ସୁଶାନ୍ତକୁ ଟିକିଏ ମନ ଭରି ଦେଖିବେ । ଆଉ ଗାଁର ଗୌରବ ବୀର ଯବାନଙ୍କୁ ଶେଷ ବିଦାୟ ଜଣାଇବେ ।

Get real time updates directly on you device, subscribe now.