fbpx

କରୋନା ଡରରେ ୩ ଲକ୍ଷରୁ ଅଧିକ ଲୋକ ଛାଡିଲେଣି ସିଗାରେଟ୍: ସର୍ଭେ

କରୋନା ଡରରେ ବ୍ରିଟେନରେ ୩ ଲକ୍ଷରୁ ଅଧିକ ଲୋକ ସିଗାରେଟ୍ ବା ଧୂମପାନ ଛାଡିସାରିଲେଣି । କେବଳ ଏତିକି ନୁହେଁ, ବରଂ ୨୪ ଲକ୍ଷରୁ ଅଧିକ ଲୋକ ପୂବ ଅପେକ୍ଷା ସିଗାରେଟ୍ ବ୍ୟବହାର କମ୍ କରିସାରିଛନ୍ତି । ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ କରୋନା ହେବା ଓ ଅନ୍ୟଙ୍କୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଡବ୍ଲୁଏଚଓ ଦ୍ୱାରା କୁହାଯାଇଥିଲା । ଏହି ଡରରେ ଲୋକେ ଧୂମପାନ କରିବା କମାଇବାରେ ଲାଗିଛନ୍ତି । କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଆମେରିକା, ଯେଉଁଠାରେ ମୃତ୍ୟୁ ସଂଖ୍ୟା ୮୦ ହଜାରକୁ ବୃଦ୍ଧି ପାଇଛି । ଏହା ପରେ ୨ୟ ନମ୍ବରରେ ରହିଛି ବ୍ରିଟେନ୍ । ସେଠାରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏକ ସର୍ଭେ ଦ୍ୱାରା କୁହାଯାଇଛି ଯେ, କରୋନା ଭାଇରସ୍ ଡରରେ ୩ ସେଠାରେ ୩ ଲକ୍ଷରୁ ଅଧିକ ଲୋକ ସିଗାରେଟ୍ ଛାଡିବା ବେଳେ ୫ ଲକ୍ଷ ଲୋକ ନିଜ ଘରେ କ୍ୱାରେଣ୍ଟାଇନରେ ରହି ଏହି ଅଭ୍ୟାସକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି । ସେହିପରି ୨୪ ଲକ୍ଷ ଲୋକ ପୂର୍ବ ଅପେକ୍ଷା ସିଗାରେଟର ବ୍ୟବହାର କମ୍ କରିବାକୁ ଚେଷ୍ଟା କରିଛନ୍ତି ।

Get real time updates directly on you device, subscribe now.