fbpx

କାନ ପାଇଁ ଇୟରଫୋନ୍ ଭଲ ନା ହେଡଫୋନ୍? ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦୀର୍ଘ ସମୟ ଧରି ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା କାନ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଘଣ୍ଟା ଘଣ୍ଟା ଧରି ଇଚ୍ଚ ସ୍ୱରରେ ଇୟରଫୋନ୍ କିମ୍ବା ହେଡଫୋନ୍ ଲଗାଇବା ଦ୍ୱାରା ଲୋକମାନଙ୍କର ଶ୍ରବଣ କ୍ଷମତା ମଧ୍ୟ ହ୍ରାସ ପାଇଥାଏ ।

ବଜାରରେ ଅନେକ ପ୍ରକାରର ଇୟରଫୋନ୍ ଏବଂ ହେଡଫୋନ୍ ଉପଲବ୍ଧ, ଯାହାକୁ ବହୁ ସଂଖ୍ୟକ ଲୋକ ବ୍ୟବହାର କରନ୍ତି । ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ହେଡଫୋନ୍ ବ୍ୟବହାର କରିବା ଦ୍ୱାରା କାନରେ କମ୍ କ୍ଷତି ହୋଇଥାଏ, ଯେତେବେଳେ କି କିଛି ଲୋକ କାନ ପାଇଁ ଇୟରଫୋନ୍ କୁ ନିରାପଦ ମନେ କରନ୍ତି ।

ଏବେ ପ୍ରଶ୍ନ ଉଠୁଛି କି ହେଡଫୋନ୍ କିମ୍ବା ଇୟରଫୋନ୍ କାନ ଉପରେ ପ୍ରକୃତରେ ଭିନ୍ନ ପ୍ରଭାବ ପକାଇଥାଏ କି? ଏହି ଜିନିଷ ମଧ୍ୟରୁ କେଉଁଟି କାନର ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ହୋଇପାରେ । ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନର ଉତ୍ତର । ଇନଟି ବିଶେଷଜ୍ଞ ଡକ୍ଟର ରାଚନା ମେହେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇୟରଫୋନ୍ ଏବଂ ହେଡଫୋନ୍ ସମ୍ବନ୍ଧରେ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ଯେତେବେଳେ କାନ ଭିତରେ ପିନ୍ଧାଯାଇଥିବା ଇୟରଫୋନ୍ ଏବଂ କାନରେ ପିନ୍ଧାଯାଇଥିବା ହେଡଫୋନ୍ ବାଛିବା କଥା ଉଠେ ସେତେବେଳେ ହେଡଫୋନ୍ ଏକ ଭଲ ବିକଳ୍ପ ହେବ ।

ଇୟରଫୋନ୍ ସିଧାସଳଖ କାନ କେନାଲକୁ ପ୍ରଭାବିତ କରେ । ଯେତେବେଳେ ଇୟରଫୋନ୍ କାନ କେନାଲ ଭିତରେ ଭର୍ତ୍ତି କରାଯାଏ, ଏହା କାନ ଭିତରେ ମଳିକୁ ଗଭୀରକୁ ଠେଲି ଦେଇପାରେ, ଯାହା କାନରେ ଅବରୋଧ ସୃଷ୍ଟି କରିଥାଏ ।

ଇୟରଫୋନ୍ ଆମ କାନ ପରଦାକୁ ସିଧାସଳଖ ପ୍ରଭାବିତ କରେ । ଏପରି ପରିସ୍ଥିତିରେ, ଉଚ୍ଚ ସ୍ୱରରେ ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା କାନରେ ଅନେକ କ୍ଷତି ହୋଇପାରେ । ଇୟରଫୋନ୍ କାନକୁ ସଂପୂର୍ଣ୍ଣ ବନ୍ଦ କରିଦିଏ, ଏହା କାନ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ାଇଥାଏ ।

Get real time updates directly on you device, subscribe now.