fbpx

Mid Day Mealରେ ସାମିଲ ହେଲା ଏହି ଖାଦ୍ୟ: ସପ୍ତାହରେ ଗୋଟିଏ ଦିନ ମିଳିବ ସ୍ପେଶାଲ ଆଇଟମ୍

ନୂଆଦିଲ୍ଲୀ: ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି । ଏବେ ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ୪ ଦିନ ଡାଲିଜାତୀୟ ଖାଦ୍ୟ ସହିତ ବିଭିନ୍ନ ପନିପରିବାସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୌଳିକ ଶିକ୍ଷା ପରିଷଦ ତରଫରୁ ଜାରି ହୋଇଥିବା ନୂଆ ମେନ୍ୟୁ ଆଧାରରେ ପିଲାଙ୍କ ପୋଷକ ତତ୍ତ୍ୱରେ ଭରପୂର ଶ୍ରୀ ଅନ୍ନ ମଧ୍ୟ ପ୍ରଦାନ କରାଯିବ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପିଲାଙ୍କ ମିଡ ଡେ’ ମିଲ୍ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି । ପିଲାମାନଭ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ସ୍ତରକୁ ବୃଦ୍ଧି କରିବା ଏହାର ଏକମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତେବେ ଏହି ଯୋଜନାରେ ବର୍ତ୍ତମାନ ଏକ ନୂଆ ଖାଦ୍ୟ ସାମଗ୍ରୀ ସାମିଲ କରାଯାଇଛି । ପୂର୍ବରୁ ସପ୍ତାହକୁ ଦୁଇ ଦିନ ଡାଲି ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ମେନ୍ୟୁରେ ଶ୍ରୀ ଅନ୍ନ ବାଜରାକୁ ମଧ୍ୟ ସାମିଲ କରାଯାଇଛି । ତେବେ ସପ୍ତାହରେ ଗୋଟିଏ ଦିନ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ବାଜରାରେ ପ୍ରସ୍ତୁତ ଖେଚୁଡ଼ି ଦିଆଯିବ । ମୌଳିକ ଶିକ୍ଷା ପରିଷଦ ତରଫରୁ ମଧ୍ୟାହ୍ନ ଭୋଜନ ମେନ୍ୟୁକୁ ପରିବର୍ତ୍ତନ କରି ସପ୍ତାହକୁ ଗୋଟିଏ ଦିନ ମୁଗ ଡାଲି ଏବଂ ମୌସୂମୀ ଜନିତ ପନି ପରିବାଯୁକ୍ତ ଖେଚୁଡ଼ି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ତାଲିକା ଅନୁସାରେ, ସୋମବାର ରୁଟି, ସୋୟାବିନ୍ ବଡ଼ି ଏବଂ ତରକାରୀ ଏବଂ ଋତୁ ଅନୁଯାୟୀ ଫଳ ଖାଦ୍ୟରେ ସାମିଲ ରହିବ । ସେହିପରି ମଙ୍ଗଳବାର ଦିନ ଖାଦ୍ୟରେ ଭାରୟତ, ତରକାରୀ ଏବଂ ଡାଲି ରହିଥିବା ବେଳେ ବୁଧବାର ଦିନ ମୌସୂମୀ ପନିପରିବା ଏବଂ ସୋୟାବିନ୍ ବଡ଼ିଯୁକ୍ତ ତରକାରୀ ଏବଂ କ୍ଷୀର ପିଲାମାନଙ୍କୁ ପ୍ରଦାନ କରାଯିବ । ତେବେ ଗୁରୁବାର ମଧ୍ୟାହ୍ନ ଭୋଜନରେ ରୁଟି, ପନିପରିବା ଯୁକ୍ତ ଡାଲି ଏବଂ ଶୁକ୍ରବାର ପନିପରିବା ଯୁକ୍ତ ବାଜରା ଖେଚୁଡ଼ି, ମୁଗ ଡାଲି ଦିଆଯିବା ସହ ଶନିବାର ଭାତ ଏବଂ ଡାଲିଯୁକ୍ତ ଖାଦ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.