ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଲୋନ୍ ନେଉଥିବା ଗ୍ରାହକମାନଙ୍କୁ ଶୀର୍ଷ ବ୍ୟାଙ୍କଗୁଡିକ ଏକ ବଡ଼ ଝଟକା ଦେଇଛନ୍ତି । ଏହି ବ୍ୟାଙ୍କଗୁଡ଼ିକ ପାଣ୍ଠି ଭିତ୍ତିକ ଋଣ ହାରର ସାମାନ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି । ରେପୋ ରେଟ୍ ଉପରେ ଭାରତର ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ପୂର୍ବରୁ ମଧ୍ୟ କେତେକ ବ୍ୟାଙ୍କ ୠଣ ବୃଦ୍ଧି ଘୋଷଣା କରିଥିଲେ ।
ଅଗଷ୍ଟ ୮ ରୁ ୧୦ ପର୍ଯ୍ୟନ୍ତ ଆୟୋଜିତ ଆରବିଆଇର ମୁଦ୍ରା ନୀତି ବୈଠକରେ ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି, ଏହା ପରେ କିଛି ବ୍ୟାଙ୍କ ଋଣ ସୁଧ ହାର ବୃଦ୍ଧି କରିଛନ୍ତି । ଆସନ୍ତୁ ଗାଣିବା କେଉଁ ବ୍ୟାଙ୍କଗୁଡ଼ିକ ଋଣ ସୁଧକୁ କେତେ ବୃଦ୍ଧି କରିଛନ୍ତି:-
ବ୍ୟାଙ୍କ ଅଫ୍ ବରୋଦା :-
ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସମସ୍ତ କାର୍ଯ୍ୟକାଳ ପାଇଁ ବେଞ୍ଚମାର୍କ ଋଣ ହାରରେ ୫ ମେସିକ୍ ପଏଣ୍ଟ ବୃଦ୍ଧି କରିଛି । ଏହି ନୂଆ ହାର ୧୨ ଅଗଷ୍ଟ ୨୦୨୩ ଠାରୁ ଲାଗୁ ହୋଇଛି । ବ୍ୟାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଆରବିଆଇ ବୈଠକର ଗୋଟିଏ ଦିନ ପରେ ଆସିଛି । ବ୍ୟାଙ୍କର ଏହି ବୃଦ୍ଧି ପରେ ଏମସିଏଲଆର ହାର ଗୋଟିଏ ବର୍ଷ ପାଇଁ ୮ ପ୍ରତିଶତ ଏବଂ ଓଭରନାଇଟ୍ ପାଇଁ ୮.୭୦ ପ୍ରତିଶତ ହୋଇଛି ।
ଏଚଡିଏଫସି ବ୍ୟାଙ୍କରୁ ଋଣ:-
ଏଚଡିଏଫସି ବ୍ୟାଙ୍କ ଫଣ୍ଡ ଆଧାରିତ ଋଣ ହାର (ଏମସିଏଲଆର) ର ବେଞ୍ଚମାର୍କ ମାର୍ଜିନାଲ ମୂଲ୍ୟକୁ ୧୫ ଆଧାର ପଏଣ୍ଟକୁ ବୃଦ୍ଧି କରିଛି । ଏହି ବୃଦ୍ଧି କିଛି ମନୋନୀତ କାର୍ଯ୍ୟକାଳ ପାଇଁ କରାଯାଇଛି । ୭ ଅଗଷ୍ଟ ୨୦୨୩ ରୁ ନୂଆ ହାର କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ସୁଧ ଓଭରନାଇଟ୍ ପାଇଁ ୮.୩୫ ପ୍ରତିଶତ ଏବଂ ତିନି ବର୍ଷ ପାଇଁ ୯.୨୦ ପ୍ରତିଶତ କରାଯାଇଛି ।
ଆଇସିଆଇସିଆଇ ବ୍ୟାଙ୍କ ଋଣ :-
ଆଇସିଆଇସିଆଇ ବ୍ୟାଙ୍କ ସମସ୍ତ କାର୍ଯ୍ୟକାଳ ପାଇଁ ଏମସିଏଲଆରରେ ୫ ଆଧାର ପଏଣ୍ଟ ବୃଦ୍ଧି କରିଛି । ଆଇସିଆଇସିଆଇ ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଓଭରନାଇଟ୍ ଏବଂ ଏକ ମାସ ପାଇଁ ଏମସିଏଲଆର ୮.୩୫ ପ୍ରତିଶତରୁ ୮.୪୦ ପ୍ରତିଶତକୁ ବୃଦ୍ଧି ପାଇଛି । ତିନି ମାସ ଓ ଛଅ ମାସ ପାଇଁ ଏମସିଏଲଆର ୮.୪୫ ପ୍ରତିଶତ ଏବଂ ୮.୮୦ ପ୍ରତିଶତ ହୋଇଛି । ସେହିଭଳି ଏକ ବର୍ଷ ପାଇଁ ଏମସିଏଲଆର ୮.୯୦ ପ୍ରତିଶତ ହୋଇଛି ।
ବ୍ୟାଙ୍କ ଅଫ୍ ଇଣ୍ଡିଆ :-
ଏହି ବ୍ୟାଙ୍କ କେବଳ କିଛି କାର୍ଯ୍ୟକାଳ ପାଇଁ ଏମସିଏଲଆର ବୃଦ୍ଧି କରିଛି । ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଓଭରନାଇଟ୍ ପାଇଁ ୭.୯୫ ପ୍ରତିଶତ, ଗୋଟିଏ ବର୍ଷ ପାଇଁ ଏମସିଏଲଆର ୮.୧୫ ପ୍ରତିଶତ ହୋଇଛି । ତିନି ମାସ ପାଇଁ ୮.୩୦ ପ୍ରତିଶତ ଏବଂ ଛଅ ମାସ ପାଇଁ ୮.୫୦ ପ୍ରତିଶତ ହୋଇଛି । ଗୋଟିଏ ବର୍ଷ ପାଇଁ ଏମସିଏଲଆର ହେଉଛି ୮.୭୦ ପ୍ରତିଶତ ।
କାନାରା ବ୍ୟାଙ୍କ :-
ବ୍ୟାଙ୍କ କହିଛି ଯେ, କାନାରା ବ୍ୟାଙ୍କ ଏମସିଏଲଆର ପାଞ୍ଚ ଆଧାର ପଏଣ୍ଟ ବୃଦ୍ଧି କରିଛି । ଏହି ନୂଆ ହାର ୧୨ ଅଗଷ୍ଟ ୨୦୨୩ ରୁ ଲାଗୁ ହୋଇଛି । ଏଠାରେ ଓଭରନାଇଟ୍ କାର୍ଯ୍ୟକାଳ ପାଇଁ ଏମସିଏଲଆର ହାର ୭.୯୫ ପ୍ରତିଶତ, ଛଅ ମାସ ପାଇଁ ଏମସିଏଲଆର ହାର ୮.୫ ପ୍ରତିଶତ ଏବଂ ଗୋଟିଏ ବର୍ଷ ପାଇଁ ଏମସିଏଲଆର ହାର ୮.୭ ପ୍ରତିଶତ ରହିଛି ।