fbpx

କଂଗ୍ରେସର ବଡ଼ ଘୋଷଣା: ୨୦୨୪ରେ ଆମେଥି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ରାହୁଲ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଆମେଥିରୁ ରାହୁଲ ନିର୍ବାଚନ ଲଢ଼ିବେ ବୋଲି ଉତ୍ତରପ୍ରଦେଶର ନବନିଯୁକ୍ତି ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଘୋଷଣା କରିଛନ୍ତି ।

ଶ୍ରୀ ରାୟ କହିଛନ୍ତି, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଆମେଥି ଆସନରୁ ଲଢ଼ିବେ । ଯଦି ପ୍ରିୟଙ୍କା ଗାନ୍ଧି ଇଚ୍ଛା ପ୍ରକାଶ କରନ୍ତି ତେବେ ସେ ମଧ୍ୟ ନିର୍ବାଚନ ଲଢ଼ିବେ । ସେ ବାରାଣାସୀ ଆସନରୁ ନିର୍ବାଚନ ଲଢ଼ିପାରନ୍ତି । ସେଥିପାଇଁ ଦଳର କାର୍ଯ୍ୟକର୍ତ୍ତାମାନେ ପ୍ରାଣମୂର୍ତ୍ତା ସଂଘର୍ଷ କରିବେ । ଏହି ଅବସରରେ ଅଜୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ହମଲା କରିବା ସହ ଚିନି କେଜି ୧୩ ଟଙ୍କାରେ କେବେ ମିଳିବ ବୋଲି କହିଥିଲେ ।

ପୂର୍ବରୁ ଆମେଥି ଆସନ ଦୀର୍ଘ ବର୍ଷ ଧରି କଂଗ୍ରେସ ହାତରେ ରହିଥିଲା । ଏହି ଆସନ କଂଗ୍ରେସର ପାରିବାରିକ ଆସନ ଭାବେ ରହି ଆସିଥିଲେ । ଉକ୍ତ ସିଟରୁ ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଜିତି ଲୋକସଭାକୁ ଯାଇଥିଲେ । ଏଥିସହିତ ରାହୁଲ ଗାନ୍ଧି ମଧ୍ୟ କ୍ରମାଗତ ୩ ଥର ଉକ୍ତ ଆସନରୁ ସାଂସଦ ରହିଥିଲେ । ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ଉକ୍ତ ଆସନରେ ରାହୁଲଙ୍କୁ ପରାସ୍ତ କରିଥିଲେ ।

Get real time updates directly on you device, subscribe now.