ମିଛ କହିଛନ୍ତି ପ୍ରଧାନମନ୍ତ୍ରୀ, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ; ରାହୁଲ ଗାନ୍ଧୀ

ଓଡିଶା ଭାସ୍କର; ସୀମା ବିବାଦକୁ ନେଇ ପୁଣି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଚୀନ ସୀମାନ୍ତ ଲଦ୍ଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି ରାହୁଲ । ଭାରତ ସୀମାରେ ଚୀନ୍ ସୈନ୍ୟ ଅନୁପ୍ରବେଶ କରିଛନ୍ତି ବୋଲି ଲଦାଖରେ ଥାଇ ଏଭଳି ଏକ ବଡ ବୟାନ ଦେଇଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି, ଲଦାଖ ସୀମାବର୍ତି କିଛି ଜମି ଉପରେ କବଜା କରିଛି ଚୀନ । ଡ୍ରାଗନ ସେନା ଲଦାଖ ସୀମାରେ ଅନୁପ୍ରବେଶ କରୁଛନ୍ତି । ଏକଥା ଆଉ କେହି ନୁହେଁ ବଂର ଲଦାଖର ସ୍ଥାନୀୟ ବାସିନ୍ଦା ତାଙ୍କୁ ଅଭିଯୋଗ କରି କହିଛନ୍ତି । ଗୋଟେପଟେ ଲଦାଖ ବାସିନ୍ଦା ଚୀନର ଅନୁପ୍ରବେଶ କଥା କହୁଥିବାବେଳେ ମୋଦୀ ସରକାର ଏହାକ ଖଣ୍ଡନ କରି ଆସୁଛନ୍ତି । ଯଦି ମୋଦୀ ସରକାରଙ୍କୁ କଂଗ୍ରେସର କଥା ଉପରେ ବିଶ୍ୱାସ ନାହିଁ ତେବେ ସରକାର ଏଠାକୁ ଆସନ୍ତୁ ଓ ସ୍ଥାନୀୟ ବାସିନ୍ଦାଙ୍କଠୁ ପଚାରି ବୁଝନ୍ତୁ ବୋଲି କହିଛନ୍ତି ରାହୁଲ ।

ଚୀନ୍ ସୈନ୍ୟଙ୍କ କବଜାରେ ଥିବା ସେମାନଙ୍କର ଗୋଚର ଭୂମିକୁ ସ୍ଥାନୀୟ ଲୋକ ଯାଇ ପାରୁ ନାହାନ୍ତି । ଲଦାଖରେ ସମସ୍ତେ ଏକଥା କହୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମିଛ କହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ଆମର ଗୋଟିଏ ଇଞ୍ଚ ବି ଜମି ଯାଇନି । କିନ୍ତୁ ଏହା ସତ ନୁହେଁ । ଲଦାଖରେ ଯାହାକୁ ବି ପଚାରିଲେ ସେ ଏହି କଥା କହିବ ବୋଲି ରାହୁଲ ବୟାନ ରଖିଛନ୍ତି ।

Get real time updates directly on you device, subscribe now.