ନିଲାମ ହେବନି ସନ୍ନି ନେଓଲଙ୍କର ଜୁହୁ ବଙ୍ଗଳା: ନୋଟିସ୍ ଫେରାଇନେଲା ବ୍ୟାଙ୍କ

ମୁମ୍ବାଇ: ବ୍ୟାଙ୍କ ଅଫ୍ ବରୋଦା ସନି ଦେଓଲଙ୍କ ବଙ୍ଗଳା ନିଲାମ କରିବ ନାହିଁ । ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି । ପବ୍ଲିକ ସେକ୍ଟର ବ୍ୟାଙ୍କ ଆଜି ଏକ ବୟାନରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମ ନୋଟିସକୁ ପ୍ରତ୍ୟାହାର କରି ନେଇଛି ।

ତେବେ ସନ୍ନିଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଥିଲା ବ୍ୟାଙ୍କ । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ ବୋଲି ସୂଚନା ମିଳିଥିଲା । ସନ୍ନି ଦେଓଲଙ୍କ ‘ସନ୍ନି ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ ବୋଲି କୁହାଯାଉଥିଲା । ବ୍ୟାଙ୍କ ପକ୍ଷରୁ ଏନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା ।

ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ତେବେ ଗଦ୍ଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନ୍ନି ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଥିଲା । ସନ୍ନି ଦେଓଲ ୨୦୧୬ ମସିହାରେ ଏହି ଘର ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥିଲେ । ସନ୍ନିଙ୍କ ଉପରେ ଏବେ ବି ୫୬ କୋଟିର ବକେୟା ରହିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.