fbpx

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଲା ଅଡ଼ୁଆ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଛି ଅଡ଼ୁଆ । ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି। ଏହି ମାମଲାରେ ଓଡ଼ିଶା କ୍ୟାଡରର ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି।

ଗୋପାଳପୁର ବିଧାୟକ ଓ ସର୍ବେଶ୍ବର ଏବଂ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କୁ ମୋଟା ଅଙ୍କର ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ହୋଇଛି। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ମାମଲାରେ ଜାମିନ ମିଳିବାର କିଛି ସମୟ ପରେ ଗୋପାଳପୁର ବିଧାୟକ ସ୍ୱତନ୍ତ୍ର କୋର୍ଟରେ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ।

ସ୍ୱତନ୍ତ୍ର କୋର୍ଟ ତାଙ୍କ ଡିସଚାର୍ଜ ଆବେଦନକୁ ଖାରଜ କରିବା ପରେ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଚାର୍ଜଫ୍ରେମ ବେଳେ ବିଧାୟକ ହାଜର ହୋଇଥିବା ନେଇ ସୂଚନା ରହିଛି । ସେପଟେ ରାଜନୀତିର ଚର୍ଚ୍ଚା ପରିସର ଭିତରେ ରହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.