fbpx

ରାଗରେ କେବେ ବି ପିଲାଙ୍କୁ କୁହନ୍ତୁନି ଏପରି କଥା, ମାନସିକ ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ନୂଆଦିଲ୍ଲୀ: ପିଲା ଯଦି ପରୀକ୍ଷାରେ କମ୍ ମାର୍କ ରଖେ କିମ୍ବା କିଛି ଦୁଷ୍ଟାମୀ କରେ ପିତାମାତା ତାକୁ ଏପରି କିଛି କଥା କହି ଗାଳି ଦେଇଥାନ୍ତି ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ପିଲାଙ୍କ ସହ କଥା ହେବା ସମୟରେ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ଞାନ ଦେବାକୁ ହେବ । କାରଣ ବହୁ ସମୟରେ ରାଗରେ ପିଲାଙ୍କୁ କୁହାଯାଇଥିବା କଥା ସେମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ମନୋଚିକିତ୍ସକଙ୍କ ମତ ପିଲାଙ୍କ ସହ କଥା ହେବା ସମୟରେ ପିତାମାତା ଭାବିଚିନ୍ତି ବିଭିନ୍ନ ଶବ୍ଦର ବ୍ୟବହାର କରିବା ଉଚିତ । ନିମ୍ନରେ ଏପରି କିଛି କଥା ବିଷୟରେ ଆମେ ଉଦାହରଣ ଦେଉଛୁ ଯାହା କେବେ ବି ପିତାମାତା ପିଲାଙ୍କୁ କହିବା ଅନୁଚିତ ।
ନୂଆ ଲୋକଙ୍କ ସାମ୍ନାରେ ଲାଜ କରୁଥିବା ପିଲାଙ୍କୁ ଗାଳିଦେବା:
ପ୍ରାୟ ପିଲା ଲାଜକୁଳା ହୋଇଥାନ୍ତି । ଏହା କୌଣସି ଖରାପ କଥା ନୁହେଁ । ଏପରି ପିଲାଙ୍କ ସହ ଧୈର୍ଯ୍ୟ ରଖନ୍ତୁ ଓ ତା’ ମନରୁ ଭୟ ଦୂର କରିବା ଲାଗି ଓ ତାକୁ ଲୋକଙ୍କ ସହ ମିଶିବା ଲାଗି ମୋଟିଭେଟ୍ କରନ୍ତୁ ।
ଧମକ ଦିଅନ୍ତୁନି:
ପିଲାଙ୍କୁ କେବେ ବି ଧମକ ଦେଇ କୌଣସି କାମ କରାନ୍ତୁ ନାହିଁ । ଏପରି କରିବା ଦ୍ୱାରା ପିଲା ଉପରେ ଖରାପ ପ୍ରଭାବ ପଡିଥାଏ । ଆପଣ ଯେତେ ବି ରାଗିଥାନ୍ତୁ ନିଜ ପିଲାଙ୍କୁ କେବେ ବି ଭୟଭୀତ କରାନ୍ତୁ ନାହିଁ କି ଧମକାନ୍ତୁ ନାହିଁ ।
ପିଲାଙ୍କୁ ବୋକା କୁହନ୍ତୁ ନାହିଁ:
ଏପରି କଥା ସେମାନଙ୍କ ଆତ୍ମବିଶ୍ୱାସକୁ ଦୂର୍ବଳ କରିଦେଇଥାଏ । ଯଦି ଆପଣ ଲଗାତର ନିଜ ପିଲାକୁ କହିବେ କି ତାର ଆଇକ୍ୟୁ ସ୍ତର ବହୁତ କମ୍ ତେବେ ତା’ ମଧ୍ୟରେ ଏକ ହୀନ ଭାବନା ସୃଷ୍ଟି ହେବ ।

Get real time updates directly on you device, subscribe now.