fbpx

୭ ମିନିଟ୍ ଲାଗି ମୃତ୍ୟୁବରଣ କରିବା ପରେ ପୁଣି ଜୀଇଁ ଉଠିଲେ ବ୍ୟକ୍ତି, ଏବେ ପେଣ୍ଟିଂ ଜରିଆରେ ସେୟାର କରିଛନ୍ତି ମୃତ୍ୟୁ ସମୟର ଅନୁଭବ

ନୂଆଦିଲ୍ଲୀ: ମୃତ୍ୟୁ ପରେ କ’ଣ ଘଟିଥାଏ ଏହା ଜାଣିବାକୁ ସମସ୍ତଙ୍କ ମନ ମଧ୍ୟରେ ଏକ ଉତ୍ସୁକତା ଭରି ରହିଥାଏ । ଏହି କ୍ରମରେ ବ୍ରିଟେନର ଜଣେ ଷ୍ଟେଜ୍ ଆକ୍ଟର ମୃତ୍ୟୁ ପରେ କ’ଣ ଘଟିଥାଏ ସେ ସଂପର୍କରେ ନିଜର ଅନୁଭବ ସେୟାର କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ୬୦ ବର୍ଷୀୟ ଶିବ ଗ୍ରେୱାଲଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମୃତ ଘୋଷଣା ହେବାର ୭ ମିନିଟ୍ ପରେ ସେ ପୁଣି ଜୀବିତ ହୋଇ ଉଠିଥିଲେ । ତେବେ ସେହି ୭ ମିନିଟ୍ ସମୟରେ ସେ କେଉଁଠାରେ ଥିଲେ, କ’ଣ କରୁଥିଲେ ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ପ୍ରକାର ଅନୁଭବକୁ ଆଫ୍ଟର ଲାଇଫ୍ ଏକ୍ସପେରିଏନ୍ସ ବା ନିଅର ଡେଥ୍ ଏକ୍ସପେରିଏନ୍ସ କୁହାଯାଏ ।

ଗତ କିଛି ବର୍ଷ ତଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଲଣ୍ଡନରେ ନିଜ ପତ୍ନୀ ଏଲିସନଙ୍କ ସହ ନୂଆ ଘରର ଲଞ୍ଚିଂ କରୁଥିଲେ । ଏହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । ତାଙ୍କ ପତ୍ନୀ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କିନ୍ତୁ କାହାଣୀ ଏହିଠାରେ ଶେଷ ହୋଇ ନ ଥିଲା । ସେ ପୁନଃ ଜୀବିତ ହୋଇ ଉଠିଥିଲେ । ଶିବ କହିଛନ୍ତି ତାଙ୍କୁ କୌଣସି ପ୍ରକାରେ ଜଣାପଡିଯାଇଥିଲା ଯେ, ସେ ମରିବାକୁ ଯାଉଛନ୍ତି । ସେ ଅନୁଭବ କରୁଥିଲେ ଯେ, କିଛି ଜିନିଷ ତାଙ୍କ ଶରୀରରୁ ଅଲଗା ହୋଇ ଯାଉଛି । ସେ ଶୂନ୍ୟରେ ଉଡୁଥିବା ପରି ଅନୁଭବ କରୁଥିଲେ କିନ୍ତୁ ତାଙ୍କ ମଧ୍ୟରେ ଭାବନା ଓ ସମ୍ବେଦନା ଥିଲା । ସେ ଶରୀରରେ ନ ଥିବା ପରି ଅନୁଭବ କରୁଥିଲେ । ସେ କହିଛନ୍ତି ସେହି ୭ ମିନିଟ୍ ସମୟରେ ସେ ଚନ୍ଦ୍ରପୃଷ୍ଠରେ ବି ଯାତ୍ରା କରିଛନ୍ତି ଆଉ ଉଲକାପିଣ୍ଡ ଓ ସଂପୂର୍ଣ୍ଣ ମହାକାଶକୁ ଦେଖି ପାରିଛନ୍ତି ।

ସେ କହିଛନ୍ତି ତାଙ୍କ ଲାଗି ପୁନର୍ଜନ୍ମର ପୁରା ସେଟ୍ ଯେପରି ଫିଟ୍ କରାଯାଇଥିବା ପରି ସେ ଅନୁଭବ କରିଥିଲେ । ମୃତ ଘୋଷିତ ହେବାର ୭ ମିନିଟ୍ ପରେ ଡାକ୍ତର ପୁନର୍ବାର ତାଙ୍କୁ ଜୀବିତ କରାଇବାରେ ସମର୍ଥ ହୋଇଥିଲେ । ତାଙ୍କର ସର୍ଜରୀ କରାଯିବା ପରେ ସେ ପୁଣି ଜୀବିତ ହୋଇଉଠିଥିଲେ । ସେ କହିଛନ୍ତି ମୃତ୍ୟୁର ସାମ୍ନା କରିବା ପରେ ଏବେ ଜୀବନ ପ୍ରତି ତାଙ୍କର ଧାରଣା ବଦଳି ଯାଇଛି ।
ଶିବ ନିଜର ଏହି ଅନୁଭବକୁ ଲୋକଙ୍କୁ ବାଣ୍ଟିବା ପାଇଁ ପ୍ରଦର୍ଶନୀର ସାହାରା ନେଇଥିଲେ । ସେ ନିଜର ପେଣ୍ଟିଂ ପ୍ରଦର୍ଶନୀ ଆୟୋଜନ କରାଇଥିଲେ । ରିବୁଟ ଟାଇଟେଲ୍ରେ ଆୟୋଜିତ ତାଙ୍କର ଏହି ପ୍ରଦର୍ଶନୀରେ ସେ କହିଛନ୍ତି ମୁଁ ଆର୍ଟ ଜରିଆରେ ମୋର ଅନୁଭବକୁ ଦେଖାଇବାକୁ ଚେଷ୍ଟା କରିଛି । ସେ କହିଛନ୍ତି ସେ ଜଣେ ବୈଜ୍ଞାନିକ ବିଚାରଧାରା ସଂପନ୍ନ ବ୍ୟକ୍ତି । କିନ୍ତୁ ଏହି ୭ ମିନିଟର ଅନୁଭବ ପରେ ମୃତ୍ୟୁ ପରର ଜୀବନକୁ ନେଇ ତାଙ୍କର ଚିନ୍ତାଧାରା ବଦଳିଯାଇଛି ।

Get real time updates directly on you device, subscribe now.