fbpx

ଇସ୍ରାଏଲ୍-ଆମେରିକା ସମେତ ଅନେକ ଦେଶରେ ମିଳିଲା କୋଭିଡର ନୂଆ ଭାରିଆଣ୍ଟ: ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ, WHO ଦେଲା ସୂଚନା

ନୂଆଦିଲ୍ଲୀ: ସମୟ ଥିଲା, ଯେବେ କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଏହାର ସଂକ୍ରମଣ ସମଗ୍ର ମାନବ ଜୀବନର ବିକାଶକୁ ବନ୍ଦ କରିଦେଇଥିଲା । ଅବଶ୍ୟ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିବା କରୋନା ବିରୋଧ ଲ ଲଢ଼େଇରେ ମାନବ ଜୀବନକୁ ପୁଣି ଥରେ ଆଗକୁ ନେବାରେ ସାହାଯ୍ୟ କଲା । ଅବଶ୍ୟ ଏହାରି ମଧ୍ୟରେ କରୋନାର ଅନେକ ନୂଆ ଭାରିଆଣ୍ଟ ମଝିରେ ମଝିରେ ଆସି ଅସୁବିଧା ସୃଷ୍ଟି କରୁଛନ୍ତି ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ଜଣେ ପ୍ରତିଷ୍ଠିତ ଅଧିକାରୀ ସୂଚନା ଦେଇଛନ୍ତି ଯେ, BA.2.86 ନାମକ ଏକ ହାଇଲି ମ୍ୟୁଟାଣ୍ଟ କୋଭିଡ-୧୯ ଭାରିଆଣ୍ଟ ଦେଖିବାକୁ ମିଳିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ବିଏ.୨.୮୬ ନାମକ କୋଭିଡ-୧୯ ଭାରିଆଣ୍ଟ ଇସ୍ରାଏଲ୍, ଡେନମାର୍କ, ଆମେରିକା ଏବଂ ବ୍ରିଟେନ ବ୍ୟତୀତ ସ୍ୱିଜରଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ମିଳିଛି । ତେବେ ଏହି କାରଣରୁ ଅସୁସ୍ଥ ଥିବା ଲୋକଙ୍କ ସଂଖ୍ୟା କମ୍ ରହିଛି ।

ଗମ୍ଭୀର ରୋଗ ଏବଂ ମୃତ୍ୟୁ ହେବାର ସମ୍ଭାବନା ହ୍ରାସ :-
ବିଏ.୨.୮୬ ନାମକ କୋଭିଡ-୧୯ ଭାରିଆଣ୍ଟ ପ୍ରଥମେ ଡେନମାର୍କରେ ୨୪ ଜୁଲାଇରେ ଚିହ୍ନଟ ହୋଇଥିଲା ଯେତେବେଳେ ଜଣେ ରୋଗୀ ଗୁରୁତର ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଭାରିଆଣ୍ଟ ଚିହ୍ନଟ ପରେ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ନିୟମିତ ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ବିଏ.୨.୮୬ ଭାରିଆଣ୍ଟ ମିଳିଥିଲା । ବିଶ୍ୱର ଅନେକ ବୈଜ୍ଞାନିକ କହିଛନ୍ତି ଯେ, ବିଏ.୨.୮୬ ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଟିକାକରଣ ଏବଂ ପୂର୍ବ ସଂକ୍ରମଣରୁ ସାରା ବିଶ୍ୱରେ ନିର୍ମିତ ସଂରକ୍ଷଣକୁ ଦୃଷ୍ଟିରେ ରଖି ଗୁରୁତର ରୋଗ ଏବଂ ମୃତ୍ୟୁ ହେବାର ସମ୍ଭାବନା କମ୍ ଥିବା ଜଣାପଡିଛି ।

Get real time updates directly on you device, subscribe now.