fbpx

ଭୋଜନ ପରେ କାହିଁକି ସେବନ କରନ୍ତି ପାନ ମଧୁରୀ ଏବଂ ମିଶ୍ରି ? ଆସନ୍ତୁ ଜାଣିବା ଏହାର ରହସ୍ୟ

ଭୁବନେଶ୍ୱର : ଅନେକ ସମୟରେ ଆପଣ ଦେଖିଥିବେ ଯେ, ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଭୋଜନ କରିସାରିବା ପରେ ଏହାକୁ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ ପକେଟରେ ରଖିଥାନ୍ତି ଓ ଭୋଜନ ପରେ ଏହାକୁ ସେବନ କରିଥାନ୍ତି । ଲୋକେ କୁହନ୍ତି, ଖାଇ ସାରିବା ପରେ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଯାଏ । ହେଲେ ଏହା ପଛରେ ଲୁଚି ରହିଥିବା ସଠିକ କାରଣ କଣ ଆସନ୍ତୁ ଜାଣିବା ।

ଆସନ୍ତୁ ଜାଣିବା ଖାଇବାର ସଠିକ କାରଣ : 

.  ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଖୁବ ହିତକର । ଶରୀରରେ ଥିବା  ହିମୋଗ୍ଲୋବିନ ସ୍ତରର ଯେକୌଣସି ଅସୁବିଧାକୁ ପାନ ମଧୁରୀ  ଓ     ମିଶ୍ରି ଦୂର କରିବାରେ ସହାୟକ ହୋଇଥାଏ ।

. କିଛି ଲୋକଙ୍କର ଧାରଣା ଥାଏ କି ଖାଇବା ପରେ ପାଟିରୁ ବାହାରୁ ଥିବା ଖାଦ୍ୟର ବାସ୍ନାକୁ ଦୂର କରିବାକୁ ଏଭଳି ପାନ ମଧୁରୀ ଓ ମିଶ୍ରି ସେବନ  କରାଯାଏ । ଏହା କେତେକାଂଶରେ ସତ୍ୟ ହୋଇଥିଲେ ବି ପାନ    ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି ।

. ଅନ୍ୟପଟେ ଏନିମିଆ ରୋଗରେ ପୀଡିତ ହୋଇ ତ୍ୱଚା ସେଥାଳିଆ ପଡୁଥିଲେ ଏହାର ସେବନ ଦ୍ୱାରା ଉପକାର ମିଳିଥାଏ । ମୁଣ୍ଡ ବୁଲାଇବା ଓ   ଥକ୍କା ଲାଗିବା ସମସ୍ୟାରୁ ମଧ୍ୟ ଉପକାର ମିଳେ ।

. କେବଳ ସେତିକି ନୁହେଁ ଥଣ୍ଡା ଓ କାଶ ହେଉଥିଲେ ମଧ୍ୟ ପାନ ମଧୁରୀ ଓ ମିଶ୍ରି ସେବନ ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିପାରିବେ । ଆପଣଙ୍କୁ ଥଣ୍ଡା ବା କାଶ ହେଉଥିଲେ ଆପଣ ପାନ ମଧୁରୀ ଓ ମିଶ୍ରିକୁ     ପାଣିରେ ଫୁଟାଇ ପିଇଲେ ଆରାମ ମିଳିଥାଏ ।

. ଏହାସହ ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ପାନ ମଧୁରୀ ମିଶ୍ରି ମିଶାଇ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଦୂର ହୋଇଯାଏ ।

Get real time updates directly on you device, subscribe now.