fbpx

ଆଜି ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୯୦ଜଣ କ୍ୱାରେଣ୍ଟିନରେ ଥିଲେ ଓ ୮ଜଣ କଣ୍ଟେନମେଣ୍ଟ ଅଞ୍ଚଳର ଓ ଅନ୍ୟ ଅଞ୍ଚଳରୁ ୩ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱରର ଚିହ୍ନଟ ହୋଇଥିବା ୩୨ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁରଟ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ, ୨ଜଣ ବେଙ୍ଗାଲୁର, ଜଣେ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ର ସମସ୍ତ ୭ପଜିଟିଭ୍ କଣ୍ଟେନମେଣ୍ଟ ଅଞ୍ଚଳର । ଯାଜପୁରର ୭ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗ, ୨ଜଣ ମହାରାଷ୍ଟ୍ରର ଫେରନ୍ତା ହୋଇଥିବା ସୂଚନା ମିଳିଛି । ଏହାସହ କେନ୍ଦ୍ୁଝରରେ ୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.