fbpx
BSKY
BJD MC SKY
BJD YOUTH SKY

ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରେ ମାଣ୍ଡିଆ, ମୋଟାପଣକୁ କରିଥାଏ ଦୂର

ଆୟୁର୍ବେଦ ଏବଂ ବୈଜ୍ଞାନିକ ତତ୍ତ୍ୱ ଅନୁଯାୟୀ ମାଣ୍ଡିଆର ନିୟମିତ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏଗୁଡିକ ଖାଇବା ଦ୍ୱାରା ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ଆମ ଶରୀରରେ ପ୍ରାକୃତିକ ଉପାୟରେ ପହଞ୍ଚିଥାଏ । ସେଥିପାଇଁ ଆମକୁ କୌଣସି ଭିଟାମିନ୍ କିମ୍ବା ମିନେରାଲ୍ସକୁ ଔଷଧ ରୂପେ ଗ୍ରହଣ କରିବାର ଆବଶ୍ୟକତା ହୋଇଥାଏ ।

ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣ ଔଷଧ ସେବନର ପାର୍ଶ୍ୱ ପ୍ରତିକ୍ରିୟାରୁ ନିଜକୁ ରକ୍ଷା କରିବାରେ ଏବଂ କିଡନୀ, ଯକୃତ ଏବଂ ପ୍ରତିରକ୍ଷା ପ୍ରଣାଳୀ ଭଳି ଆମ ଶରୀରର ପ୍ରମୁଖ ଅଙ୍ଗଗୁଡ଼ିକୁ ସୁସ୍ଥ ରଖିଥାଏ । ଟାଇପ୍ -୧ ଏବଂ ଟାଇପ୍-୨ ମଧୁମେହକୁ ରୋକିବାରେ ମିଲେଟ୍ ସାହାଯ୍ୟ କରିଥାଏ । ନିୟମିତ ଖାଦ୍ୟରେ ମିଲେଟ୍ ଖାଇବା ଦ୍ୱାରା ଏହା ଡାଇବେଟିସ ରୋଗର ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ମିଲେଟ ପ୍ରସ୍ତୁତ ଖାଦ୍ୟରେ ଫାଇବରର ମାତ୍ରା ଖୁବ୍ ଅଧିକ ଥାଏ ଯାହା ମଧୁମେହ ରୋକିବାରେ ସହାୟକ ହୋଇଥାଏ ।

ତେଣୁ ଡାଇବେଟିସ୍ ଥିବା ରୋଗୀମାନେ ପ୍ରତିଦିନ ମିଲେଟ ଖାଇବା ଆବଶ୍ୟକ । ଶରୀରର ଅତିରିକ୍ତ ଚର୍ବି ହ୍ରାସ ଯଥା ଓଜନ ହ୍ରାସ କରିବାରେ ମିଲେଟ୍ ଅତ୍ୟନ୍ତ ସହାୟକ ହୋଇଥାଏ । ମାଣ୍ଡିଆ, ବାଜରା,ଜଅରେ ଫାଇବର ଏବଂ ଟ୍ରାଇପଟୋଫାନ୍ ଭରପୂର ମାତ୍ରାରେ ମିଳିଥାଏ । ତେଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଫାଇବର ଏବଂ ଟ୍ରାଇପଟୋଫାନ୍ କାରଣରୁ ଏହା ଧୀରେ ଧୀରେ ହଜମ ହୁଏ । ଯେଉଁଥିପାଇଁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭୂତ ହୋଇଥାଏ, ଯାହା ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିଥାଏ ଏବଂ ମୋଟାପଣ କିମ୍ବା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଆମ ଶରୀର ପ୍ରତିଦିନ ୩୮ ଗ୍ରାମ ଫାଇବର ଆବଶ୍ୟକ କରିଥାଏ । ଆମେ ଡାଲି, ପନିପରିବା, ଫଳ, ସାଲାଡ ଇତ୍ୟାଦିରୁ ୨୫ ରୁ ୩୦ ପ୍ରତିଶତ ଫାଇବର ପାଇଥାଉ । ମିଲେଟରେ ଅଧିକ ପରିମାଣର ଫାଇବର ମିଳିଥାଏ । ତେଣୁ ଯଦି ଆମେ ଆମ ଦୈନନ୍ଦିନ ଖାଦ୍ୟରେ ମିଲେଟ ଖାଇବା ଦ୍ୱାରା ଶରୀରରକୁ ଆବଶ୍ୟକ ପରିମାଣର ଫାଇବର ପହଞ୍ଚିଥାଏ ଏବଂ ଶରୀର ଭିତରେ ଥିବା ରାସାୟନିକ ପ୍ରତିକ୍ରିୟାକୁ ସଂଶୋଧନ କରିବା ପାଇଁ କାର୍ଯ୍ୟ କରେ ।

Get real time updates directly on you device, subscribe now.