fbpx

ମୁମ୍ବାଇ ପୋଲିସକୁୁ ବଡ ସଫଳତା : ଜବତ ହେଲା କୋଟି କୋଟି ଟଙ୍କାର ଧଳା ଜହର

ମୁମ୍ବାଇ : ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ବିରୋଧରେ ପୋଲିସ ସବୁବେଳେ ତାହାର ଅଭିଯାନ ଚଲାଇଛି । ଶନିବାର ଦିନ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ଉପରେ ଚଢାଉ କରିଥିଲା । ଯାହା ଦ୍ୱାରା ପୋଲିସ ୫ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ କରିଥିଲା ।

ନାଭି ମୁମ୍ବାଇ ପୋଲିସ କମିଶନର ମିଲିନ୍ଦ ଭାରବେଙ୍କ ନେତ୍ରୃତ୍ୱରେ ଏହି ଚଢାଉ ହୋଇଥିଲା । କୋପରଖେରଣେ, ଖାରଘର ଏବଂ ତେଲେଜା ପୋଲିସ ଷ୍ଟେନରେ ଥିବା ଅଞ୍ଚଳ ଗୁଡିକରେ ଚଢାଉ କରିଥିଲେ । ଏହି ଘଟଣାରେ ୭୪ ବିଦେଶୀ ନାଗରିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।ଏନଡିପିଏସ ଏବଂ ପାସପୋର୍ଟ ଆକ୍ଟ ଅନୁସାରେ ୫ଟି ମାମଲା ପଞ୍ଜିକୃତ ହୋଇଛି । ଏହି ୫ ଟି ମାମଲାରେ ୧୪ ଜଣ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି ।

ଚଢାଉରେ ପ୍ରାୟ ୪,୯୬,୨୬,୦୦୦ ଲକ୍ଷ ଟଙ୍କା ମୂଲ୍ୟର ୮୯୮ ଗ୍ରାମ କୋକେନ ଜବତ କରାଯାଇଛି । ଏହା ଛଡା ଏଥିରେ ବିଦେଶ ନାଗରିକ ସାମିଲ ଥିବାରୁ ପାସପୋର୍ଟ ଆକ୍ଟ ଅନୁସାରେ ୨ ଟି ମାମଲା ରୁଜୁ କରାଯାଇଛି । ତଦନ୍ତରୁ ଜଣା ପଡିଛି ୯ ଜଣ ବିଦେଶୀ ନାଗରିକଙ୍କ ଦସ୍ତାବିଜ ଭୁଲ ଅଛି । ଭିସାର ଅବଧି ଶେଷ ହେବା ପରେ ମଧ୍ୟ ୩୧ ଜଣ ଭାରତରେ ବେଆଇନ ଭାବରେ ରହୁଥିଲେ ସେମାନଙ୍କୁ ଭାରତ ଛାଡିବା ପାଇଁ ନୋଟିସ ହୋଇଛି ।ଏହି ମାମଲାରେ ତଦନ୍ତ କରିବା ପରେ ୧୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.