fbpx

ଏବେ ଆପଣ ଶସ୍ତାରେ କିଣିପାରିବେ ଡାଲି ଏବଂ ପିଆଜ, ଜାଣନ୍ତୁ କ’ଣ ରହିଛି ମୋଦୀ ସରକାରଙ୍କ ପ୍ଲାନ

ନୂଆଦିଲ୍ଲୀ: ଉପଭୋକ୍ତା ମାମଲାରେ, ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ବୁଧବାର ଦିନ ୭୫ଟି ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇଛନ୍ତି । ଏହି ଭ୍ୟାନ ଦିଲ୍ଲୀ ଏବଂ ତାଙ୍କ ପାଖାପାଖି ଅଞ୍ଚଳରେ କମ ମୂଲ୍ୟରେ ଡାଲି ଏବଂ ପିଆଜ ଉବଲବ୍ଧ କରାଇବେ । ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀତା ସଂଘ ମର୍ଯ୍ୟାଦିନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚୌବେ କହିଛନ୍ତି ଯେ, ଏହି ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଯୋଗାଇ ଦେବା ଲଗି ପାଇଲଟ ପରିଯୋଜନା ରହିଛି ।

ସେମାନେ ଏହି ପଦକ୍ଷେପକୁ ଅମୃତ-କାଳରେ ଅମୃତର ଉପହାର କହି ସରକାର ଅନ୍ୟ ସହରରେ ମଧ୍ୟ ଏପରି ପରିଯୋଜନାମାନ ଅରମ୍ଭ କରିବା ଲାଗି ବିଚାର କରିବେ । ସେମାନେ କହିଛନ୍ତି ଯେ, ମନ୍ତ୍ରଣାଳୟ ଚାହୁଁଛି ଯେ, ଲୋକମାନଙ୍କୁ ସୁଲଭ ମୂଲ୍ୟରେ ରୋଷେଇ ଜିନିଷ ମିଳୁ ଏବଂ ଭବିଷ୍ୟତରେ ବାଜରା ସହିତ ଅଧିକ ଖାଦ୍ୟ ପଦାର୍ଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଏଥିସହ ଯୋଜନା ମାଧ୍ୟମରେ ଡାଲିର ମୂଲ୍ୟ ୬୦ ଟଙ୍କା ଏବଂ ପିଆଜର ମୂଲ୍ୟ ପ୍ରତି କିଲୋ ପିଛା ୨୫ ଟଙ୍କା ରହିଛି ।

୧୧ ଅଗଷ୍ଟ ପରେ ହୋଲସେଲ ମାର୍କେଟରେ ୩୫,୨୫୦ ଟନ ପିଆଜ ୧୨ଟି ରାଜ୍ୟରେ ଜାରି କରାଯାଇସାରିଛି । ଯେଉଁଥିରେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡ଼ିଶା, ପଞ୍ଜାବ, ପଶ୍ଚିମ ବଙ୍ଗଳା, କର୍ଣ୍ଣାଟକ, ତାମିଲନାଡୁ, ଚଣ୍ଡିଗଡ଼ ଏବଂ କେରଳରେ ଜାରି କରାଯିବ । ଉପଭୋକ୍ତା ମାମଲାରେ ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ, ସରକାର ହୋଲସେଲ ଏବଂ ରିଟେଲ ମାର୍କେଟରେ ପିଆଜର ବଫର ଷ୍ଟକକୁ ଜାରି କରି ପିଆଜର ଦର ବଢିବାକୁ ରୋକିବା ପାଇଁ ପ୍ରୟାସ କରିବେ ।

ସରକାରଙ୍କ କହିବାନୁସାରେ, ପିଆଜ ମୂଲ୍ୟରେ କୌଣସି ବୃଦ୍ଧିକୁ ରୋକିବା ପାଇଁ ଏହା ଏହାର ହୋଲସେଲ ବଫର ଷ୍ଟକରୁ ୩୬ ରାଜ୍ୟ ୨୫୦ ଟନ୍ ପିଆଜ ମୁକ୍ତ କରିଛି । ନାଫେଡ ଏବଂ ଏନସିସିଏଫକୁ ଅତିରିକ୍ତ ୩ ରୁ ୫ ଲକ୍ଷ ଟନ୍ ପିଆଜ କିଣିବାକୁ କୁହାଯାଇଛି, ଯାହାଫଳରେ ବଫର୍ ଷ୍ଟକ୍ ବୃଦ୍ଧି କରାଯାଇପାରିବ ।

Get real time updates directly on you device, subscribe now.