fbpx

ପିତୃ ପକ୍ଷରେ ଲଗାନ୍ତୁ ଏହି ଚମତ୍କାରୀ ଉଦ୍ଭିଦ : କେବେ ବି ଲାଗିବ ନାହିଁ ଦୋଷ

ନୂଆଦିଲ୍ଲୀ : ସନାତନ ଧର୍ମରେ ପିତୃ ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିବାର ନିୟମ ରହିଛି । ପିତୃ ଲୋକଙ୍କ ମୃତ୍ୟୁର ୧୫ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରାଯାଏ । ମାନ୍ୟତା ଅନୁସାରେ, ଏହି ୧୫ ଦିନ ଆମର ପୂର୍ବ ପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ରୁହନ୍ତି । ପିତୃପୁରୁଷ ଶାନ୍ତିରେ ରହିଲେ ପରିବାରରେ ସୁଖ ଆସିଥାଏ । ନଚେତ ପରିବାର ଲୋକଙ୍କ ପାଇଁ ଅଭାବର ବାଟ ଖୋଲିଯାଏ ।

ଶାସ୍ତ୍ରରେ କୁହାଯାଇଛି ଯେ, ପିତୃପୁରୁଷ ୧୫ ଦିନ ପରିବାର ଲୋକଙ୍କ ସହ ରହିବା ବ୍ୟତୀତ ଖାଦ୍ୟ-ପାନୀୟ ମଧ୍ୟ ଗ୍ରହଣ କରିଥାନ୍ତି । ଏହିପରି ଭାବରେ ପିତୃପୁରୁଷ ନିଜ ପରିବାର ସଦସ୍ୟଙ୍କ ଉପରେ ସନ୍ତୁଷ୍ଟ ହୋଇ, ନିଜର ବଂଶଧାରୀମାନଙ୍କୁ ସୁଖ ଏବଂ ସମୃଦ୍ଧିର ଆର୍ଶୀବାଦ ଦିଅନ୍ତି । ଏହି ସମୟରେ ଏଭଳି କିଛି ସଂଙ୍କେତ ମଧ୍ୟ ମିଳେ, ଯାହାଦ୍ୱାରା କି ପୂର୍ବପୁରୁଷ ଆମ ଉପରେ ରାଗିଛନ୍ତି ବୋଲି ଜଣାଯାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଏକ ଚମତ୍କାତୀ ଉଦ୍ଭିଦ ଲଗାଇ ପୂର୍ବପୁରୁଷଙ୍କ କ୍ରୋଧକୁ ଦୂର କରିପାରିବା ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଏ । ଏହା ବ୍ୟତୀତ ଏପରି ଅନେକ କିଛି ଉପାୟ ଅଛି, ଯାହାକୁ ଆପଣାଇବା ଦ୍ୱାରା ପୂର୍ବପୁରୁଷ ପ୍ରସନ୍ନ ହେବେ । ଏହି ଉପାୟ ମଧ୍ୟରୁ ତୁଳସୀ ଗଛ ଲଗାଇବାର ଉପାୟ ଅନ୍ୟତମ । କୁହାଯାଇଛି ଯେ ତୁଳସୀ ଗଛ ଲଗାଇବା ଦ୍ୱାରା ଆମର ପିତୃପୁରୁଷ ଆମ ଉପରେ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରିବା ଭଳି ଫଳ ପ୍ରାପ୍ତି ହୋଇଥାଏ । ପିତୃପକ୍ଷର ୧୫ ଦିନ ମଧ୍ୟରେ ଏହି ଉପାୟ କରାଯାଇ ପାରିବ । କିନ୍ତୁ ମନେ ରଖିବା ଜରୁରୀ ଯେ, ଏହି ୧୫ ଦିନ ମଧ୍ୟରେ ଯେପରି ଏକାଦଶୀ କିମ୍ବା ରବିବାର ଯେମିତି ନ ପଡେ ।

Get real time updates directly on you device, subscribe now.