fbpx

ମୁଣ୍ଡ ବିହୀନ ସିକ୍ୟୁରିଟି ଗାର୍ଡ କରୁଛନ୍ତି ଡ୍ୟୁଟି, ସୋସିଆଲ ମିଡିଆରେ ଭାଇରାଲ୍ ଫଟୋକୁ ଦେଖି ଦ୍ୱନ୍ଦ୍ୱରେ ପଡିଛନ୍ତି ୟୁଜର

ନୂଆଦିଲ୍ଲୀ:ଏବେ ସୋସିଆଲ ମିଡିଆରେ ଏକ ଫଟୋ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ପ୍ରଥମେ ଏହାକୁ ଦେଖିଲେ ମନେ ହେବ ଜଣେ ସିକ୍ୟୁରିଟି ଗାର୍ଡ ଚେୟାର ଉପରେ ବସି ଡ୍ୟୁଟି କରୁଛନ୍ତି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ହେଉଛି ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କର ମୁଣ୍ଡ ଦେଖାଯାଉନାହିଁ । ତେବେ ଏହାର କାରଣ କ’ଣ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଉତ୍ସୁକତା ବଢିଯାଇଛି । ଜଣେ ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫଟୋ ସେୟାର କରିଛନ୍ତି ।

ଫଟୋର କ୍ୟାପସନରେ ଲେଖାଯାଇଛି, ଜଣେ ସିକ୍ୟୁରିଟି ଗାର୍ଡ ଚେୟାର ଉପରେ ବସିଥିବାର ନଜର ଆସୁଛନ୍ତି । ତାଙ୍କ ପଛରେ ଏକ ବନ୍ଦ ଦୋକାନର ସର୍ଟର ନଜର ଆସୁଛି । ତଳକୁ ସିଡି ରହିଛି ଓ ତଳେ ଏକ କାର୍ ରହିଥିବାର ନଜର ଆସୁଛି । କିନ୍ତୁ ଫଟୋରେ ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ନଜର ଆସୁନାହିଁ । ଏହି ଫଟୋକୁ ୩ ଦିନ ତଳେ ପୋଷ୍ଟ କରାଯାଇଥିଲା । ଏହାପରେ ଫଟୋଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ୟୁଜର ଏହା ଉପରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କେହି କେହି କହିଛନ୍ତି ସିଧା ଦେଖିଲେ ବା ଜୁମ୍ ଇନ କରି ଦେଖିଲେ ଏହାର ମୁଣ୍ଡ ନଜର ଆସିବ । ଆଉ କେହି କେହି ଲେଖିଛନ୍ତି ସଂପୃକ୍ତ ବ୍ୟକ୍ତି ନିଜ ମୁଣ୍ଡକୁ ପଛକୁ ଝୁଲାଇ ରଖିଥିବେ । ଆଉ କେହି କେହି ଲେଖିଛନ୍ତି ଫଟୋଟିକୁ ଏପରି ଆଙ୍ଗଲରୁ ନିଆଯାଇଛି କି ଏହାର ମୁଣ୍ଡ ନଜର ଆସୁନାହିଁ । ତେବେ ଏହି ଫଟୋ ପଛର ରହସ୍ୟକୁ ସ୍ପଷ୍ଟ କରାଯାଇ ନାହିଁ ।

Get real time updates directly on you device, subscribe now.