fbpx

ସୃଷ୍ଟି ହେଲା ଲଘୁଚାପ ବଳୟ, ଝଡ ଆଶଙ୍କା

ଭୁବନେଶ୍ୱର, ୧୪।୫(ଓଡ଼ିଶା ଭାସ୍କର): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ  ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି  ହୋଇଛି ଲଘୁଚାପ ବଳୟ । ମେ ୧୬ ତାରିଖ ସନ୍ଧ୍ୟାରେ  ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଜାଇଛି । ଉତ୍ତର-ପୂର୍ବ ଦିଗରେ ଯାଇ ମିଆଁମାର ବାଂଲାଦେଶ ଆଡକୁ ଗତି କରିବା ସମ୍ଭାବନା ରହିଛି।  ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୭ତାରିଖ ବେଳକୁ ଉତ୍ତର-ପୂର୍ବ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ଏହାସହ ୪୮ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୫ଦିନ ଯାଏଁ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ନଥିଲେ ମଧ୍ୟ ୧୫ତାରିଖରୁ ମତ୍ସୀଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.