fbpx

ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ, ଜାଣନ୍ତୁ କିପରି ମିଳିବ ଫାଇଦା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନାର ଏକ ଅଂଶବିଶେଷ ଭାବରେ, ଇ-କୋର୍ଟ ପ୍ରକଳ୍ପ ୨୦୦୭ ମସିହାରୁ କାର୍ଯ୍ୟକାରୀ ହେଉଛି, ଯାହାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ରେ ଶେଷ ହୋଇଛି ।

ଭାରତରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପ୍ରାପ୍ତି ଏବଂ ଅନ୍ତର୍ଭୁକ୍ତୀକରଣ’’ର ଦର୍ଶନ ଉପରେ ଆଧାରିତ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଲାଭକୁ ଇ-କୋର୍ଟ ଫେଜ୍-୩ ପରବର୍ତ୍ତୀ ସ୍ତରକୁ ନେଇଯିବ । ଏହାର ଲକ୍ଷ୍ୟ ହେଉଛି ଇସେବା କେନ୍ଦ୍ର ସମେତ ସମଗ୍ର ଅଦାଲତ ରେକର୍ଡର ଡିଜିଟାଲକରଣ କରିବା ଏବଂ ଡିଜିଟାଲ, ଅନଲାଇନ୍ ଓ କାଗଜବିହୀନ ଅଦାଲତ ଆଡକୁ ଅଗ୍ରସର ହେବା । ଇ-ସେବା କେନ୍ଦ୍ର ସହିତ ସମସ୍ତ ଅଦାଲତ ପରିସରର ସାର୍ବଜନୀନକରଣ ମାଧ୍ୟମରେ ଇ-ଫାଇଲିଂ/ଇ-ପେମେଣ୍ଟର ସାର୍ବଜନୀନକରଣ କରି ସର୍ବାଧିକ ସହଜ ନ୍ୟାୟ ବ୍ୟବସ୍ଥା ଆରମ୍ଭ କରିବା ।

ଏଥିରେ ଅତ୍ୟାଧୁନିକ ସ୍ମାର୍ଟ ସିଷ୍ଟମ ସ୍ଥାପନ କରାଯିବ, ଯେଉଁଥିରେ ବିଚାରପତି ଏବଂ ରେଜିଷ୍ଟ୍ରିମାନଙ୍କ ପାଇଁ ମାମଲାଗୁଡ଼ିକର ସମୟ ନିର୍ଦ୍ଧାରଣ କିମ୍ବା ପ୍ରାଥମିକତା ସମୟରେ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରାଯିବ । ତୃତୀୟ ପର୍ଯ୍ୟାୟ ଇ-କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟପାଳିକା ପାଇଁ ଏକ ସମନ୍ୱିତ ପ୍ରଯୁକ୍ତିଭିତ୍ତିକ ପ୍ଲାଟଫର୍ମ ସୃଷ୍ଟି କରିବା, ଯାହା ଅଦାଲତ, ଆବେଦନକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ଏକ ନିରବଚ୍ଛିନ୍ନ ଏବଂ କାଗଜବିହୀନ ଇଣ୍ଟରଫେସ୍ ପ୍ରଦାନ କରିବ ।

କେନ୍ଦ୍ର ପ୍ରାୟୋଜିତ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନା ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧୀନ ନ୍ୟାୟ ବିଭାଗ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇକମିଟିର ମିଳିତ ଭାଗିଦାରୀରେ କାର୍ଯ୍ୟକାରୀ କରାଯାଉଛି । ସବୁ ଅଂଶୀଦାରଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଲଭ, ଭରସାଯୋଗ୍ୟ, ଆକଳନଯୋଗ୍ୟ ଓ ପାରଦର୍ଶୀ କରିବା ଜରିଆରେ ସହଜ ନ୍ୟାୟ ପ୍ରଦାନକୁ ପ୍ରୋତ୍ସାହିତକରୁଥିବା ଏକ ନ୍ୟାୟପାଳିକା ପ୍ରଣାଳୀ ବିକଶିତ କରିବା ଲାଗି ସମ୍ପୃକ୍ତ ହାଇକୋର୍ଟମାନେ ଏହାକୁ ବିକେନ୍ଦ୍ରିକୃତ ଢଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି ।

Get real time updates directly on you device, subscribe now.