fbpx

ଆଉ କିଛି ଦିନ ପରେ ଲାଗିବ ସୂର୍ଯ୍ୟପରାଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ

ନୂଆଦିଲ୍ଲୀ : ଚଳିତ ମାସରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ଦୁଇଟି ହେବ । ଏପରି ସଂଯୋଗ ଅନେକ ବର୍ଷ ପରେ ଦେଖିବାକୁ ମଳିଛି । ୨୦୨୩ ମସିହାରେ ଏହା ଏକ ଅପୂର୍ବ ସଂଯୋଗ । ଅକ୍ଟୋବରରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଏବଂ ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଯାହା ଫଳରେ ଏଥି ମଧ୍ୟରୁ ଗୋଟିଏ ଶୁଭ ଏବଂ ଅନ୍ୟଟି ଅଶୁଭ । ଏହାର ଅର୍ଥ ଗୋଟିଏ ଭାରତରେ ଦୃଶ୍ୟମାନ ଆସିବ ଅନ୍ୟଟି ଭାରତରେ ଦୃଶ୍ୟ ହେବ ନାହିଁ । ସୂର୍ଯ୍ୟ ପରାଗ ଦିନ ଅମାବାସ୍ୟା ମଧ୍ୟ ପଡୁଛି । ବୈଜ୍ଞାନୀକମାନେ କୌଣସି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣକୁ ଶୁଭ ଅଶୁଭ ମାନନ୍ତି ନାହିଁ । କିନ୍ତୁ ଭାରତୀୟ ଜ୍ୟୋତିଷ୍ୟ ଶାସ୍ତ୍ରରେ ଏହାକୁ ଏହି ଶୁଭ ଅଶୁଭକୁ ଗୁରୁତ୍ୱ ଦିଆଯାଇଥାଏ । ଧାର୍ମିକ ଦୃଷ୍ଟିରୁ ଦେଖବାକୁ ଗଲେ ଏହି ଗ୍ରହଣ କିମ୍ବା ପରାଗ ସମୟରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଅସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ସହିତ ଜଡିତ ଥିବା କିଛି ଖାସ କଥା ।

ପିତ୍ରୃପକ୍ଷ ଅନ୍ତିମ ଦିନରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ଲାଗିବ । ଏହି ଦିନ ଅମାବାସ୍ୟାର ତିଥି ମଧ୍ୟ ରହିଛି । ୨୦୨୩ ମସିହାର ସୂର୍ଯ୍ୟପରାଗ ୧୪ ଅକ୍ଟେବର ଦିନ ଲାଗିବ । ଏହି ପରାଗ ଆମେରିକାରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଏହା ୧୪ ଅକ୍ଟୋବର ରାତି ୮.୩୪ରେ ଆରମ୍ଭ ହେବ ଏବଂ ମଧ୍ୟରାତ୍ର ୨.୨୫ରେ ଶେଷ ହେବ । ଯେହେତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏଠାରେ ଏହା ପାଳନ କରାଯିବ ନାହିଁ ।

ଏହି ସୂର୍ଯ୍ୟଗ୍ରହଣ କନ୍ୟା ରାଶି ଏବଂ ଚିତ୍ରା ନକ୍ଷତ୍ରରେ ଲାଗିବ । ଯେହେତୁ ଏହା ଭାରତରେ ଦୃଶ୍ୟମାନ ନାହିଁ ସେଥିପାଇଁ କୌଣସି ପ୍ରତିକାର କରିବା ଆବଶ୍ୟକ ନାହିଁ । ଏହାକୁ ମୁଖ୍ୟ ରୂପରେ ପଶ୍ଚିମ ଆଫ୍ରିକା,ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକ ଏବଂ ଆର୍କଟିକ ପରି ଦେଶରେ ଦୃଶ୍ୟମାନ ହେବ । ଏହା ପୂର୍ବରୁ ମଧ୍ୟ ଆଉ ଦୁଇଟି ସୂର୍ଯ୍ୟ ଗ୍ରହଣ ଲାଗି ସାରିଛି କିନ୍ତୁ ତାହା ମଧ୍ୟ ଭାରତରେ ଦୃଶ୍ୟମାନ ହୋଇ ନଥିଲା ।

 

ଚଳିତ ବର୍ଷ ଶେଷ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗର ଠିକ ୧୫ ଦିନ ପରେ ଲାଗିବ । ଚନ୍ଦ୍ର ଗ୍ରହଣ ୨୯ ଅକ୍ଟେବରରାତି ୧.୦୬ରେ ଆରମ୍ଭ ହେବ ଏବଂ ସକାଳ ୨.୨୨ରେ ଶେଷ ହେବ । ଭାରତରେ ଏହି ଚନ୍ଦ୍ର ଗ୍ରହଣ ସମୟ ୧ ଘଣ୍ଟା ୧୬ ମିନିଟ ଲାଗିବ । ଏହି ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ପୂଜା ପାଠ କରିବାକୁ ବାରଣ କରାଯାଇଛି । ଏହି ସମୟରେ ଠାକୁରଙ୍କ ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣ ଘର ଭିତରେ ରୁହନ୍ତୁ । ଏବଂ ଠାକୁରଙ୍କୁ ଆରାଧନା କରନ୍ତୁ । ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ’ରେ ଲାଗିଥିଲା । ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହୋଇ ନଥିଲା । ଭାରତ ଛଡା ଏହି ଚନ୍ଦ୍ର ଗ୍ରହଣ ନେପାଳ, ଶ୍ରୀଲଙ୍କା, ବାଙ୍ଗଲା ଦେଶ, ପାକିସ୍ତାନ, ଆଫଗାନୀସ୍ତାନ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଳିଆ ଏବଂ ଜାପାନରେ ଦୃଶ୍ୟମାନ ହୋଇଥିଲା ।

Get real time updates directly on you device, subscribe now.