fbpx

ଇଞ୍ଜେକସନ ନେବାବେଳେ ଆଉ ପିଲାଙ୍କୁ କହିବାକୁ ପଡ଼ିବନି ‘ମାମୁଁ ଘର ଆଡେ ଅନା….

ଓଡିଶା ଭାସ୍କର; ଆପଣ ମାନେ ଦେଖିଥିବେ ଇଞ୍ଜେକସନ ନେବା ବେଳେ ପିଲା ମାନେ ଖୁବ ଜୋରରେ କାନ୍ଦିଥା’ନ୍ତି । ଯନ୍ତ୍ରଣା ସହ୍ୟ ନ କରିପରି ଇଞ୍ଜେକସନ ନେବାରେ ବହୁତ ବିଳମ୍ବ କରିଥା’ନ୍ତି । ଏହି ସମୟରେ ଆପଣ ତାଙ୍କୁ ସାହସ ଦେବାକୁ ଯାଇ କହିଥାନ୍ତି, କିଛି ହବନି, ଜମା କାଟିବନି ତୁ ମାମୁଁ ଘର ଆଡେ ଅନା। ତଥାପି ସେମାନେ ଡରରେ ନାହିଁ ନଥିବାର ହରକତ ଆପଣଙ୍କୁ କରିଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଏଭଳି ଏକ ଯନ୍ତ୍ର ପ୍ରସ୍ତୁତ କରାଯାଇଛି ଯେଉଁଥିରେ ପିଲା ମାନେ ଇଞ୍ଜେକସନ ନେବା ବେଳେ କାନ୍ଦିବେ ନାହିଁ ବରଂ ହସିବେ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଇଞ୍ଜେକସନ ଦେବାପାଇଁ କୌଣସି ଡାକ୍ତର କିମ୍ଵା ସେବିକାଙ୍କ ଦରକାର ପଡେନାହିଁ।

ଜାପାନ ବୈଜ୍ଞାନିକ ଦଳ ଏଭଳି ଏକ ଯନ୍ତ୍ରଣା ମୁକ୍ତ ଇଞ୍ଜେକସନ ଆବିଷ୍କାର କରିଛନ୍ତି । ଯାହା ଦେଖିବାକୁ ଏକ ଖେଳନା ପରି ହୋଇଥିବା ବେଳେ ଏଥିରେ ଛୁଞ୍ଚି ରଖାଯାଇ ନାହିଁ। ଟୋକିଓ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିବା ବିଶେଷଜ୍ଞ ଦଳ ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇବାପାଇଁ ଏକ ବିଶେଷ ଧରଣର ପେଚ ଆକୃତିର ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି। ଇଞ୍ଜେକସନରେ ଲାଗିଥିବା ପେଚଟି ଛୋଟା ମାଇକ୍ରୋ ଛୁଞ୍ଚି ଦ୍ଵାରା ପ୍ରସ୍ତୁତ, ଶରୀରରେ ଫୋଡା ହେବା ପରେ ଯନ୍ତ୍ରଣା ଅନୁଭବ ହୁଏନି। ଛୁଞ୍ଚି ଏଥିରେ ନଥିବାରୁ ପିଲା ମାନଙ୍କ ପାଇଁ ଏହା ବହୁତ ସହାୟକ ହେବ ବୋଲି ଗବେଷକ ଅନୁମାନ କରିଛନ୍ତି।

ଆପଣ ସମସ୍ତେ ଜାଣିଥିବେ କେତୋଟି ରୋଗର ଚିକିତ୍ସା ଇଞ୍ଜେକସନ ଦ୍ଵାରା କରାଯାଇଥାଏ। ମଧୁମେହରେ ଆକ୍ରାନ୍ତ କେତେଜଣ ରୋଗୀ ନିୟମିତ ଭାବେ ଇନସୁଲିନ ଇଞ୍ଜେକସନ ନେଇଥାନ୍ତି ।ଛୁଞ୍ଚି ଦେହରେ ଫୋଡି ହେବାମାତ୍ରେ ଯନ୍ତ୍ରଣା ହୁଏ । ତେବେ ସେଭଳି କ୍ଷେତ୍ରରେ ମଧ୍ୟ ଏହା ଖୁବ ସହାୟକ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.