ଭୋପାଳ : ମଧ୍ୟପ୍ରଦେଶର ଓମକେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ । ଅଦଭେତ୍ୟ ଲୋକ ନାମରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ କରିବେ ।
ଓମକେଶ୍ୱର ଆଦି ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନ ସ୍ଥଳୀ ଏଥି ପାଇଁ ଏଠାରେ ତାଙ୍କ ପ୍ରତିମା ନିର୍ମାଣ କରାଯାଇଛି । ଖଣ୍ଡୱା ଜିଲ୍ଲାରେ ନର୍ମଦା ନଦୀ କୂଳରେ ଓମକେଶ୍ୱର ମନ୍ଦିରର ଏବଂ ସହର ରହିଛି । ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ୧୨ ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ । ଦାର୍ଶନୀକ ଏବଂ ହିନ୍ଦୁ ଧର୍ମର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟର ପ୍ରତିମା ଏଠାରେ ନିର୍ମାଣ ହୋଇଛି । ଏହା ନର୍ମଦା ନଦୀ କୂଳରେ ଅବସ୍ଥିତ । ୧୮ ସେପ୍ଟେମ୍ବରରେ ଏହା ଶିଳାନ୍ୟାସ ହେବାରେ ଥିଲା । କିନ୍ତୁ ଅଧିକ ବର୍ଷା କାରଣରୁ ଏହାକୁ ୨୧ ସେପ୍ଟେମ୍ବରରରେ ଉଦଘାଟନ କରାଯିବା ନିଷ୍ପତି ନିଆଯାଇଥିଲା ।
ଏକାମ ଧାମରେ ପ୍ରତିମା ସହିତ ଏକ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ୩ ଡି ହୋଲଗ୍ରାମ ମଧ୍ୟ ଲଗାଯାଇଛି ଯାହାଫଳରେ ଏଠାରେ ଲୋକମାନେ ଶଙ୍କରାଚାର୍ଯ୍ୟଙ୍କ ସିନ୍ଧାନ୍ତକୁ ବୁଝି ପାରିବେ ଏବଂ ତାହା ଉପରେ ଜ୍ଞାନ ମଧ୍ୟ ଲାଭ କରିପାରିବେ । ସୂଚନା ଅନୁସାରେ ଏହି ମୂର୍ତ୍ତି ରାଜ୍ୟ ବିଧାନସଭା ନିର୍ବାଚନର ୨ ମାସ ପୂର୍ବରୁ କରାଯାଉଛି ।