fbpx

ଖେଳରୁ ଖେଳରୁ True Love : ଲକ୍ଷ ଲକ୍ଷ ଖର୍ଚ୍ଚ କରି କାର୍ଟୁନକୁ କଲେ ବିବାହ

ଓଡିଶା ଭାଷ୍କର : ଜାପାନର ଲୋକମାନେ ବିବାହ କରନ୍ତି ନାହିଁ । ତେଣୁ ସେଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଯୁବକଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢୁଛି, ଯାହା କି ଦେଶର ଅର୍ଥନୀତି ପାଇଁ ଭଲ ନୁହେଁ । ଏହା ବ୍ୟତୀତ ଯଦି ବି ଲୋକମାନେ ଏଠାରେ ବିବାହ କରୁଛନ୍ତି, ତେବେ ସେମାନେ ଏପରି ଜିନିଷ ସହିତ ବିବାହ କରୁଛନ୍ତି, ଯାହାକି ଅତ୍ୟନ୍ତ ଅଦ୍ଭୁତ ଅଟେ । ନିକଟରେ ଏକ ସୂଚନା ମିଳିଛି ଯେ, ଜଣେ ଜାପାନୀ ବ୍ୟକ୍ତି କାର୍ଟୁନ ଚରିତ୍ରକୁ ଏତେ ଭଲ ପାଉଥିଲେ ଯେ, ସେ କାର୍ଟୁନର ଏକ ମଣିଷ ଆକାରର କାର୍ଟୁନ କିଣି ତା’ପରେ ତାକୁ ବିବାହ କରିଥିଲେ ।

ଆକିହିକୋ କଣ୍ଡୋ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି କାର୍ଟୁନକୁ ଭଲ ପାଉଥିଲେ । ବର୍ତ୍ତମାନ ସେ ଏବେ ମଣିଷ ଆକାରର କାର୍ଟୁନକୁ କିଣି ତାହା ସହିତ ବିବାହ କରିଛନ୍ତି ଏବଂ ବର୍ତମାନ ସେ ନୂତନ ପ୍ରକାରରେ ବୈବାହିକ ସମ୍ପର୍କକୁ ଅତିବାହିତ କରୁଛନ୍ତି । ଏହି ସମ୍ପର୍କର ନାମ ହେଉଛି ‘କାଳ୍ପନିକ ସମଲିଙ୍ଗୀ’, ଅର୍ଥାତ ଏହି ସମ୍ପର୍କରେ ଜଣେ ବ୍ୟକ୍ତି ଏକ କଳ୍ପିତ ଚରିତ୍ରକୁ ଭଲ ପାଏ ଏବଂ ତାଙ୍କ ସହିତ ରହିବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଆକିହିକୋ କାହିଁକି ଏହା କରିଲେ ।

ଆକିହିକୋ କଣ୍ଡୋ କହିଥିଲେ ଯେ, ଲୋକମାନେ ତାଙ୍କୁ ପାଗଳ, ଅଦ୍ଭୁତ ଏବଂ ମାନସିକ ରୋଗୀ ବୋଲି କହୁଛନ୍ତି । ସେଥିଯୋଗୁଁ ସେ ‘ଫିକ୍ଟୋକ୍ସକ୍ସୁଆଲ୍ ଆସୋସିଏସନ୍’ ଆରମ୍ଭ କରିଥିଲେ, ଯାହା ଦ୍ୱାରା ଲୋକଙ୍କ ସେ ଏହି ନୂତନ ପ୍ରକାରର ସମ୍ପର୍କ ବିଷୟରେ ଅବଗତ କରାଇପାରିବେ । ଏହାପରେ ସେ କହିଛନ୍ତି ଯେ, କଣ୍ଡୋ ଏହି କାର୍ଟୁନକୁ ଭଲ ପାଆନ୍ତି, କିନ୍ତୁ ସେ ଚାହୁଁଥିଲେ ଯେ ଏହି ନୂତନ ପ୍ରେମ ବିଷୟରେ ସାରା ବିଶ୍ୱ ଜାଣୁ । ତେଣୁ ସେ ଏହି ବିବାହ କରିଥିଲେ।

ଆକିହିକୋଙ୍କୁ ଏବେ ୪୦ ବର୍ଷ ବୟସ ହୋଇଛି ଏବଂ ସେ ଜାପାନର ଏକ ସରକାରୀ ସ୍ତରରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୮ ରେ କାର୍ଟୁନ ଚରିତ୍ର ଗୁଦିଆଙ୍କୁ ବିବାହ କରିଥିଲେ । ସେ ଏହି ବିବାହ ପାଇଁ ୧୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । କଣ୍ଡୋଙ୍କ ବିବାହରେ ମୋଟ ୪୦ଜଣ ଅତିଥି ଯୋଗ ଦେଇଥିଲେ । କିନ୍ତୁ ତାଙ୍କ ପିତାମାତା ବିବାହକୁ ଆସିବାକୁ ମନା କରିଦେଇଥିଲେ, କାରଣ ସେମାନେ ଏପରି ବିବାହର ଅଂଶ ହେବାକୁ ଚାହୁଁନଥିଲେ । କୋଣ୍ଡୋଙ୍କୁ ବର୍ତ୍ତମାନ ସମ୍ପର୍କର ଜନକ ବୋଲି କୁହାଯାଉଛି ।

Get real time updates directly on you device, subscribe now.