fbpx

ବନ ମାର୍ଗରେ ଲାଗିବ ଶ୍ରୀରାମ ସ୍ତମ୍ଭ, ଚିହ୍ନଟ ହେଲା ୨୯୦ ସ୍ଥାନ

ଅଯୋଧ୍ୟା : ବହୁ ବାଦ ବିବାଦ ପରେ ଅଯୋଧ୍ୟାରେ ନିର୍ମାଣ ହେଉଛି ରାମ ମନ୍ଦିର । ଏହା ପାଇଁ ଅନେକ ଦିନ କୋର୍ଟରେ ଲଢେଇ ଚାଲିଥିଲା । ଯେତେବେଳେ ସୁପ୍ରିମ କୋର୍ଟରୁ ଅର୍ଡର ଆସିଲା ସେତେବେଳେ ଏଠାରେ ରାମ ମନ୍ଦିର ହେବା ଆରମ୍ଭ ହେଲା । ୨୦୨୦ରୁ ଏଠାରେ ମନ୍ଦିର ନିର୍ମାଣ ହେବା ଆରମ୍ଭ ହୋଇଛି । ଆଶା କରାଯାଉଛି ୨୦୨୪ ରେ ଏଠାରେ ରାମଲାଲଙ୍କ ମୃର୍ତ୍ତି ସ୍ଥାପନ ହୋଇପାରେ । ଏହା ମଧ୍ୟରେ ଯୋଜନା ଚାଲିଛି ଭଗବାନ ରାମଙ୍କ ବନ ମାର୍ଗରେ ୨୯୦ ସ୍ଥାନରେ ଶ୍ରୀରାମଙ୍କ ସ୍ତମ୍ଭ ସ୍ଥାପିତ କରାଯିବ ।

ଏହି ୨୯୦ ସ୍ଥାନ ହେଉଛି ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ । ଏହି କାମ ଅଶୋକ ସିଙ୍ଘର ଫାଉଣ୍ଡେସନ ୩୦ ସେପ୍ଟେମ୍ବରୁ କାମ ଆରମ୍ଭ କରିବ । ଏହି ସବୁ ସ୍ଥାନରେ ଶ୍ରୀରାମଙ୍କ ସ୍ତମ୍ଭ ସ୍ଥାପନ କରାଯିବ । ଯେଉଁ ସ୍ତମ୍ଭ ସ୍ଥାପନା କରାଯିବ ଏହାର ଖର୍ଚ୍ଚ ରାଜ୍ୟ କିମ୍ବା କେନ୍ଦ୍ର ସରକାର କରିବେ ନାହିଁ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଅଶୋକ ସିଙ୍ଘଲ ଫାଉଣ୍ଡେସନ କରିବ । ୨୭ ସେପ୍ଟେମ୍ବରକୁ ପ୍ରଥମ ସ୍ତମ୍ଭ ଅଯୋଧ୍ୟାରେ ପହଞ୍ଚି ଯିବ । ଏହା ପରେ ସ୍ଥାପନା କରାଯିବ ।

Get real time updates directly on you device, subscribe now.