fbpx

ଆତ୍ମଶିକ୍ଷା ଆଗରେ ହାର ମାନିଛିି ଆନୁଷ୍ଠାନିକ ଶିକ୍ଷା; ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ‘ୱାନ୍ ମ୍ୟାନ୍ ବ୍ୟାଣ୍ଡ’

ଓଡିଶା ଭାସ୍କର: ନିଜର ପ୍ରତିଭା ଥିଲେ କୌଣସି ଆନୁଷ୍ଠାନିକ ଶିକ୍ଷାର ଆବଶ୍ୟତା ନଥାଏ, ପୁରାଣର ଏକଲବ୍ୟ ବି ଏହାର ଏକ ଉଦାହରଣ । ଏବେ ଠିକ ସେମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗ୍ଲାଡସନ ପିଟର । ଯିଏକି ଆଜି ସେ ନିଜକୁ ‘ୱାନ୍ ମ୍ୟାନ୍ ବ୍ୟାଣ୍ଡ’ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ ବରଂ କୋଣସି ସଂଗୀତ ଗୋଷ୍ଠୀରେ ଅଂଶ ଗ୍ରହଣ ନକରି ନିଜର ବ୍ୟାଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ ! ସେ ଏକାସାଙ୍ଗରେ ୧୪ ଟି ବାଦ୍ୟଯନ୍ତ୍ର ବଜାଇ ସାରା ବିଶ୍ୱରେ ନିଜର ଏକ ପରିଚୟ ସୃଷ୍ଟି କରିବା ସହ ହଜାର ହଜାର ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ତିରୁନେଲଭେଲିରେ ଜନ୍ମଗ୍ରହଣ କରିଥିବା ଗ୍ଲାଡସନ ତିନି ବର୍ଷ ବୟସରେ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ।

ଯଦିଓ ତାଙ୍କର ସଙ୍ଗୀତରେ କୌଣସି ଆନୁଷ୍ଠାନିକ ତାଲିମ ନଥିଲା, ତଥାପି ଅଧ୍ୟୟନ କରିବା ସମୟରେ ସବୁବେଳେ ଚର୍ଚ୍ଚ ସହିତ ଜଡିତ ଥିଲେ । ସେକହିଛନ୍ତି…“ମୋ ବାପା ମୋର ପ୍ରଥମ ଓ ଏକମାତ୍ର ଶିକ୍ଷକ ଥିଲେ । ସେ ମୋତେ ପିଲାଦିନେ ଗିତାର ଏବଂ କୀବୋର୍ଡ୍ ବଜାଇବାକୁ ଶିଖାଇଥିଲେ… ଏହା ମୋର ଆଗ୍ରହ ଏବଂ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଭା ଯାହା ମୋତେ ସଂଗୀତକାର କରିପାରିଛି ବୋଲି ସେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ତାଙ୍କର କୋଡ଼ିଏ ବର୍ଷ ବୟସରେ, ସେ ପ୍ଲୁରାଲ୍ ଇଫ୍ୟୁଜନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ, ଫଳସ୍ୱରୂପ ତାଙ୍କ ଫୁସଫୁସରେ ଦୁଇଟି ଛିଦ୍ର ସୃଷ୍ଟି ହୋଇ ଫୁସଫୁସର ୪୦% ହରାଇଛନ୍ତି ।

ଏକ ବର୍ଷରୁ ଅଧିକ ସମୟ ଶଯ୍ୟାରେ ସୀମିତ ରହିବା ସତ୍ତ୍ୱେ ସେ ଆତ୍ମହତ୍ୟା ଏବଂ ଉଦାସୀନତାର ଚିନ୍ତାଧାରାକୁ ନଆପଣେଇ ସଙ୍ଗୀତକାର ହେବାକୁ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ଏହି ନିଷ୍ଠା ତାଙ୍କୁ “ୱାନ୍ ମ୍ୟାନ୍ ବ୍ୟାଣ୍ଡ” ବନାଇଦେଲା । ଏପରି ଦକ୍ଷତା ବିଶିଷ୍ଟ ବିଶ୍ୱରେ ଅଳ୍ପ ଲୋକ ଅଛନ୍ତି । ବର୍ତ୍ତମାନ ସେ ପାଖା ପାଖି ୪୫ ବାଦ୍ୟ ଯନ୍ତ୍ର ବଜାଇ ପାରିବେ ବୋଲି ଗ୍ଲାଡସନ କୁହୁଛନ୍ତି । “ମୁଁ ତିନି ବର୍ଷ ମଧ୍ୟରେ ୨,୦୦୦ରୁ ଅଧିକ ଶୋ କରିସାରିଛି ତାହା କେବଳ ଭାରତରେ ନୁହେଁ, ବରଂ ଚୀନ୍ ଏବଂ ୟୁଏଇ ଭଳି ଅନ୍ୟ ଦେଶରେ ମଧ୍ୟ ଭ୍ରମଣ କରିଛି “ ।

Get real time updates directly on you device, subscribe now.