ଓଡିଶା ଭାସ୍କର: ଘୋଷଣା ହେଲା ତାରିଖ ଏହି ଦିନ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକଙ୍କ ସୂଚନା । ଆଉ ଦିନ କେଇଟାରେ ହେବାକୁ ଯାଉଛି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ ଶିଳ୍ପୀଙ୍କୁ ତର ନାହିଁ, ସମସ୍ତେ ନିଜ ନିଜର କାର୍ଯ୍ୟରେ ଲାଗିପଡିଛନ୍ତି । ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ କହିବା ଅନୁଶାରେ ତିନି ମହଲା ବିଶିଷ୍ଟ ଏହି ମନ୍ଦିରର ଭୂତଳ କାମ ଡିସେମ୍ବର ଶେଷ ସୁଦ୍ଧା ସରିଯିବ । ପ୍ରତିଷ୍ଠା ସମାରେହ କାର୍ଯ୍ୟକ୍ରମ ଜାନୁଆରୀ ୨୨ ତାରିଖରେ ହେବ ।
ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସ ମହାରାଜଙ୍କ କହିବା କଥା ଜାନୁଆରୀ ୧୫ ତାରିଖରୁ୨୪ ତାରିଖ ଭିତରେ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ପିଏମଓଙ୍କ ନିକଟକୁ ଚିଠି ହୋଇଥିଲା ତାହାର ଉତ୍ତର ମଧ୍ୟ ଆସିଛି । ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବେ, ସେଥିଲାଗି ସେହି ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିଲାଗି ଆହୁରି ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପରେ ମନ୍ଦିର ଟ୍ରଷ୍ଟ ରାମଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବ, ୧୦ ଦିନ ଧରି ରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରିବ । ତେବେ ପ୍ରତିଷ୍ଠା ପରେ ଜାନୁଆରୀ ୨୪ ତାରିଖରେ ସାଧାରଣ ଦର୍ଶନ ହେବା ନେଇ ଅନୁମାନ କରାଯାଉଛି ।
Recent pictures from Shri Ram Janmabhoomi Mandir construction site.
श्री राम जन्मभूमि मंदिर निर्माण स्थल से आज प्राप्त चित्र pic.twitter.com/qMKiQhPRAn
— Shri Ram Janmbhoomi Teerth Kshetra (@ShriRamTeerth) September 25, 2023