fbpx

ଖଣି ଟଙ୍କାରେ ହେବ ପୁରୀର ବିକାଶ

ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି । ଏଥିରେ ଯାଜପୁରର ୩ଟି , ଖୋର୍ଦ୍ଧାର ୨ଟି ଓ ପୁରୀର ଗୋଟିଏ ଖଣି ରହିଛି । ଏଣିକି ଓଡିଶା ଖଣି ନିଗମ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ହେବ । ସଂଗୃହୀତ ଅର୍ଥରେ ଅବଢା ଯୋଜନାରେ ପୁରୀର ବିକାଶ ହେବ ।

ତେବେ ଶ୍ରଅୀମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ୭୫ ମିଟର ଯାଏ ସ୍ଥାନରେ ଥିବା କୋଠାବାଡି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ୭୫ ମିଟର ବ୍ୟବଧାନରେ ଥିବା ସରକାରୀ ଓ ବେସରକାରୀ କୋଠାବାଡି ଉଚ୍ଛେଦ ହେଉଛି ।

Get real time updates directly on you device, subscribe now.