fbpx

ଲଦାଖ ନିର୍ବାଚନରେ ବିଜେପିର ବଡ଼ ପରାଜୟ: କଂଗ୍ରେସ-ଏନସି ମେଣ୍ଟକୁ ସଫଳତା

ଲଦାଖ ନିର୍ବାଚନରେ ବିଜେପିର ବଡ଼ ପରାଜୟ: କଂଗ୍ରେସ-ଏନସି ମେଣ୍ଟକୁ ସଫଳତା ୨୦୧୯ ମସିହାରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କାରଗିଲରେ ପଞ୍ଚମ ଲଦାଖ ସ୍ୱାୟତ୍ତ ପାହାଡ଼ି ବିକାଶ ପରିଷଦ (ଏଲଏଏଚଡିସି) ନିର୍ବାଚନ ପାଇଁ ଗତ ସେପ୍ଟେମ୍ବର ମାସରେ ଲଦାଖ ପ୍ରଶାସନ ନୂଆ ବିଜ୍ଞପ୍ତି କରିଥିଲେ । ତେବେ କାରଗିଲ ଜିଲ୍ଲାରେ ପାଖାପାଖି ୬୫ ପ୍ରତିଶତ ମତଦାନ ହୋଇଥିଲା ।

ଲଦାଖ ପରିଷଦ ନିର୍ବାଚନରେ ମୋଟ ୨୬ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଇଥିଲା । ଏବେ ବି ମତଦାନ ଜାରି ରହି ରହିଥିବା ବେଳେ ଗଣନା ସରିଥିବା ୨୨ଟି ସିଟ ମଧ୍ୟରୁ ନ୍ୟାସନାଲ କନଫରେସନ୍ସ (ଏନସି) ୧୧ଟି, କଂଗ୍ରେସ ୮ଟି, ବିଜେପି ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ୧ଟି ସିଟରେ ଜିତିଛନ୍ତି । କଂଗ୍ରେସ-ଏନସି ମେଣ୍ଟ ବିଜେପିକୁ ବହୁ ପଛରେ ପକାଇ ଦେଇଛନ୍ତି । ତେବେ ଆସନ୍ତା ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ହେବାକୁ ଥିବା ୫ଟି ରାଜ୍ୟ ବିଧାନସଭା ଲଢ଼େଇ ପୂର୍ବରୁ ଭାଜପାକୁ ଲାଗିଛି ବଡ଼ ଝଟକା ।

ତେବେ ଏହି ଫଳାଫଳ ପରେ ଏଥର ନିର୍ବାଚନ ଲଢ଼ିନଥିବା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତୀ ପ୍ରତିକ୍ରିୟା ଦେଇଛନ୍ତି । କାରଗିଲରେ ଏନସି ଓ କଂଗ୍ରେସ ମେଣ୍ଟ ବିଜେପି ବିପକ୍ଷରେ ବିଜୟ ହାସଲ କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ଖୁସିର କଥା ବୋଲି ମୁଫତୀ କହିଛନ୍ତି । ସେହିପରି ଏହି ନିର୍ବାଚନ ଫଳାଫଳ ଭାଜପା ପାଇଁ ସତର୍କ ଘଣ୍ଟି ଏନସି ଉପାଧ୍ୟକ୍ଷ ଓମର ଅବଦୁଲ୍ଲା କହିଛନ୍ତି । ଏଥିସହିତ ସେ କଂଗ୍ରେସକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.