fbpx

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ PM ମୋଦୀ, କହିଲେ ବିପଦ ସମୟରେ ଆମେ ଆପଣଙ୍କ ସହ ଅଛୁ

ନୂଆଦିଲ୍ଲୀ: ହମାସ କରିଥିବା ରକେଟ ଆକ୍ରମଣ ପରେ ଜାରି ରହିଥିବା ଯୁଦ୍ଧ୍ୟ ମଝିରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୂଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନେତନ୍ୟାହୂ ଫୋନ କରିଥିଲେ ଏବଂ ମୁଁ ତାଙ୍କୁ କହିଥିଲି ଯେ, ବିପଦ ସମୟରେ ଆମେ ଆପଣଙ୍କ ସହ ଅଛୁ ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ ମୋତେ ପ୍ରଧାନମନ୍ତ୍ରୀ ନେତନ୍ୟାହୂ ଫୋନ କରି ସ୍ଥିତି ବିଷୟରେ ଅଦ୍ୟତନ ଦେବାରୁ ତାଙ୍କୁ ଧନ୍ୟବାଦ । ଭାରତର ଲୋକେ ଏହି ବିପଦ ସମୟରେ ଇସ୍ରାଏଲ୍ ସହ ଶକ୍ତିଶାଳୀ ଭାବେ ଠିଆ ହୋଇଛନ୍ତି । ଭାରତ ଆତଙ୍କବାଦର ସମସ୍ତ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହାପୂର୍ବରୁ ଶନିବାର ଦିନ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ରକେଟ୍ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ ଶନିବାର ଟ୍ୱିଟରରେ ଲେଖିଛନ୍ତି ଯେ, ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୃତକଙ୍କ ପରିବାର ସହିତ ଆମର ସମବେଦନା ରହିଛି।

ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ (ଏପି) ଅନୁଯାୟୀ, ଇସ୍ରାଏଲ୍ ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ୍ କରି ଏହାକୁ ସମ୍ପୂର୍ଣ୍ଣ ଘେରି ରହିଛି। ଗାଜାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲର ଷ୍ଟ୍ରାଇକରେ ୬୮୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩,୭୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଏଲରେ ୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ହାମାସର ସାମରିକ ୱିଙ୍ଗ ପ୍ରତ୍ୟେକ ଥର ଇସ୍ରାଏଲ ଗାଜା ନାଗରିକଙ୍କୁ ନିଜ ଘରେ ଟାର୍ଗେଟ କଲାବେଳେ ‘କୌଣସି ପୂର୍ବ ଚେତାବନୀ ବିନା’ ହତ୍ୟା କରିବ ବୋଲି ଧମକ ଦେଇଛି।

Get real time updates directly on you device, subscribe now.