fbpx

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ଅମ୍ଫନ, ଉତ୍ତର ଓଡିଶା ପ୍ରତି ବିପଦ!

ଭୁବନେଶ୍ୱର,୧୮।୫(ଓଡିଶା ଭାସ୍କର): ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ଫନ । ଗତ ୬ ଘଣ୍ଟା ଧରି ୧୩ କିମି ବେଗରେ ଗତି କରୁଛି ବାତ୍ୟା । ପାରାଦୀପଠାରୁ ୮୨୦ କିମି ଦୂରରେ କେନ୍ଦ୍ରୀଭୂତ ଅମ୍ଫନ । ଉତ୍ତର ଓଡିଶା ପ୍ରତି ବିପଦ ରହିଥିବା  ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ
ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କାଲି ଉତ୍ତର ଓଡ଼ିଶାରେ ପବନର ବେଗ ୭୫ରୁ ୯୫ କିମି ରହିବା ଆଶଙ୍କା ଅଛି । ପୁରୀ ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ୫୫ରୁ ୭୫ କିମି ରହିବା ଆଶଙ୍କା ରହିଛି। ୨୦ ତାରିଖରେ ଦୀଘା ଓ ହାତୀଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । କାଲିଠାରୁ ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

Get real time updates directly on you device, subscribe now.