ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ବେଗ !

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ବାତ୍ୟା ଅମ୍ଫନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ  ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।  ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନର ବେଗ ବଢ଼ିବା ନେଇ ଆଶଙ୍କା ରହିଛି ।  ୨୦ରେ ଉତ୍ତର ଉପକୂଳ ଓଡ଼ିଶାରେ ୧୧୦ରୁ ୧୨୦କିଲୋମିଟର ପବନ ଆଶଙ୍କା ରହିଛି ।  କଚ୍ଛା ଘର ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ।  ଉପକୂଳରୁ ୫କିମି ମଧ୍ୟରେ ଥିବା ଲୋକଙ୍କୁ ବି ସ୍ଥାନାନ୍ତର କରାଯିବ ।  ଆଜି ଅପରାହ୍ନରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।  କ୍ୱାରେଣ୍ଟିନରେ ନେଗେଟିଭ୍ ରିପୋର୍ଟ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ।  ଯଦି ସେମାନଙ୍କ ପକ୍କା ଘର ଥିବ ତେବେ ସ୍ଥାନାନ୍ତର କରାଯିବ ।  ଡଙ୍ଗାଗୁଡ଼ିକ ଭଲ ଭାବେ ବାନ୍ଧିବାକୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ଜିଲ୍ଲାକୁ ୧୦ଟି ଏନଡ଼ିଆରଏଫ ଓ ୧୫ଟି ଓଡ୍ରାଫ ଟିମ୍ ପଠାଯାଇଛି ।  ଭଦ୍ରକ ଓ ବାଲେଶ୍ୱରକୁ ଆଉ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଛି ।  ଅଗ୍ନିଶମ ବିଭାଗର ୩୦ଟି ଟିମକୁ ପଠାଯାଇଛି ।  ଛାତ ଘର ଭିତରେ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।  କଚ୍ଚା ଘର ଥିବା ଲୋକମାନେ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ ଧରି ଆଶ୍ରୟସ୍ଥଳୀକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ଉଲ୍ଳେଖଯୋଗ୍ୟ ଯେ ସକାଳ ସାଢ଼େ ୧୧ଟାରେ  ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି । ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ପାରାଦୀପଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ଅମ୍ଫନ ଅବସ୍ଥିତ ରହିଛି ।