fbpx

୭୫ ବର୍ଷରେ ପାଦ ରଖିଲେ ବଲିଉଡର “ଡ୍ରିମ ଗାର୍ଲ”

ମୁମ୍ବାଇ : ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ଦିନ ଧୁମଧାମରେ ପାଳନ ହୋଇଛି ହେମାଙ୍କ ଜନ୍ମଦିନ ଉତ୍ସବ । ହେମାମାଳିନୀଙ୍କ ଜନ୍ମ ଦିନରେ ବଲିଉଡର ଅନେକ କଳାକାର ସାମିଲ ହୋଇଥିଲେ । ସଲମାନ ଖାନ, ରାନୀ ମୁଖାର୍ଜି, ରେଖା,ସିଲପ୍ଲା ସେଟ୍ଟୀ ପରି କଳାକାରମାନେ ସାମିଲ ହୋଇଥିଲେ । ହେମାଙ୍କ ଜନ୍ମ ଦିନର ଅନେକ ଫଟୋ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଗୋଟିଏ ଭିଡିଓ ଫ୍ୟାନ୍ସ ମାନଙ୍କର ହୃଦୟ ଜିତିଛି । ଯେଉଁଥିରେ ଦେଖିବାକୁ ମିଳିଛି ପତ୍ନୀଙ୍କର ୭୫ ତମ ଜନ୍ମଦିନରେ ରୋମାନଣ୍ଟିକ ଭିଡଡିଓ ସେୟାର ହୋଇଛି ।

ହେମା ଜେତେବେଳେ ଷ୍ଟେଜରେ କେକ କାଟୁଥିଲେ ସେତେବେଳେ ଧର୍ମେନ୍ଦ୍ର ବହୁତ ତାଳି ବଜାଇଥିଲେ ଏବଂ ଜନ୍ମଦିନ ପାର୍ଟିକୁ ଏନଜୟ କରିଥିଲେ । ଏହି ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ହେମା ଧର୍ମେନ୍ଦ୍ରଙ୍କୁ କେକ ମଧ୍ୟ ଖୁଆଉଛନ୍ତି । ଏହି ଭିଡିଓ ତାଙ୍କ ପ୍ରସଂଶକକୁ ଖୁବ ପସନ୍ଦ ଆସିଛି । ହେମା ମାଳିନୀ କେକ କାଟିଲା ବେଳେ ତାଙ୍କର ଦୁଇ ଝିଅ, ଦୁଇ ଜ୍ୱାଇଁ ଏବଂ ଧର୍ମେନ୍ଦ୍ର ସେଠାରେ ଉପସ୍ଥିତ ଥିଲେ ।

ତେବେ ଏହି ଜନ୍ମଦିନ ଉତ୍ସବ ହେମା ତାଙ୍କ ଦୁଇ ଝିଅଙ୍କ ସହ ପାଳନ କରିଥିଲେ କିନ୍ତୁ ଏଥିରେ ତାଙ୍କ ଦୁଇ ପୁଅ ଆସିନଥିଲେ । ହେମାଙ୍କ ଜନ୍ମ ଦିନ ପାର୍ଟିରେ ଫ୍ୟାନ୍ସ ମାନେ ସନି ଏବଂ ବବିଙ୍କୁ ଖୋଜୁଥିଲେ । ଏହା ଛଡା ଅନେକ ଭିଡିଓରେ ଲୋକମାନେ ପ୍ରଶ୍ନ କରିଛନ୍ତି କ’ଣ ସନି-ବବିଙ୍କୁ ନିମନ୍ତ୍ରଣ ଦିଆଯାଇ ନାହିଁ । ହେମାମାଳିନୀଙ୍କ ଜନ୍ମ ଦିନରେ କ’ଣ ପାଇଁ ସେମାନେ ଆସି ନାହାନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଗଦର ୨ ସମୟରେ ଧର୍ମେନ୍ଦ୍ରର ଦୁଇ ପରିବାର ଜଣେ ଅନ୍ୟଜଣଙ୍କୁ ସପୋର୍ଟ କରୁଥିଲେ । ଇଶା ମଧ୍ୟ ସନିଙ୍କ ଫିଲ୍ମର ସ୍ପେସାଲ ସ୍କ୍ରିନିଙ୍ଗ କରିଥିଲେ । ହେମା ମଧ୍ୟ ସନିଙ୍କର ବହୁତ ପ୍ରଂସଶା କରିଥିଲେ । କିନ୍ତୁ ଏଠାରେ ସାମିଲ ହୋଇ ନଥିଲେ ଦୁଇ ଭାଇ । ତେବେ ସେମାନେ କାହିଁକି ଏଥିରେ ସାମିଲ ହୋଇ ନଥିଲେ ତାହା କେବଳ ସେମାନେ କହି ପାରିବେ ଏବଂ ତାଙ୍କ ପରିବାର ଲୋକ ଜାଣିଥିଲେ ।

Get real time updates directly on you device, subscribe now.