fbpx

(Video) Stunt କରିବା ପଡିଲା ମହଙ୍ଗା, ମୁଣ୍ଡରେ ପିଟି ହେଲା ବୋତଲ

ଓଡିଶା ଭାସ୍କର : ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଲୋକମାନେ ଅଜବ କାରନାମା କରୁଛନ୍ତି । ଏହା ଦ୍ୱାରା ବେଳେବେଳେ ଏପରି ଦୁର୍ଘଟଣା ଘଟିଥାଏ ଯାହା କେହି ଭାବି ପାରି ନଥାନ୍ତି । ଏହି ଦୁର୍ଘଟଣାରୁ ତାଙ୍କୁ ଏପରି ଶିକ୍ଷା ମିଳିଥାଏ ଯାହା ଫଳରେ ସେମାନେ ଆଗକୁ ଆଉ ଏପରି କିଛି କାମ କରନ୍ତି ନାହିଁ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବ୍ୟକ୍ତି ଜଣଙ୍କୁ ଗଭୀର ଆଘାତ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯୁବକ ଜଣକ ବିୟର ବୋତଲକୁ ଉପରକୁ ପକାଉଛନ୍ତି ।

ଏହା ପରେ ସେ ତଳେ ଜମ୍ପ କରୁଛନ୍ତି । ସେ ଏହା ପରେ ବୋତଲକୁ ହାତରେ ଧରିବାକୁ ଭାବୁ ଥିବା ବେଳେ ବୋତଲ ତାଙ୍କ ମୁଣ୍ଡ ଉପରେ ପଡୁଛି, ଯାହାଫଳରେ ତାଙ୍କୁ ଗଭୀର ଆଘାତ ଲାଗୁଛି । ଏହା ପରେ ସେ ତାଙ୍କ ମୁଣ୍ଡ ଧରି ତଳେ ଗଡିବାକୁ ଲାଗୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ  cctvidiots ଆକାଉଣ୍ଟରୁ ସେୟାର ହୋଇଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ଏକ ଲକ୍ଷ ୧୩ ହଜାର ଲୋକ ଦେଖି ସାରିଛନ୍ତି । ଅନେକ ୟୁଜର ଏଥିରେ ଅନେକ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.