fbpx

ପୁଣି ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ପୁଣି ଘୁଞ୍ଚିଛି ମାଟ୍ରିକ ପରୀକ୍ଷା ଖାତା ଦେଖା । ୨୧ରୁ ହେବାକୁ ଥିବା ମାଟ୍ରିକ ଖାତା ଦେଖା ଘୁଞ୍ଚାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ପାଇଁ ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚି ୨୧ତାରିଖରେ ଖାତା ଦେଖା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଜି କିନ୍ତୁ ଏହା ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ଯାଏଁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.