ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା ଆଜି ଲୋକସଭା ଏଥିକ୍ସ କମିଟିରେ ହାଜର ହେବେ । ଅନ୍ୟପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଉପରେ ଅଭିଯୋଗ ଲଗାଯିବା ପରେ ସଂସଦର ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରୁଛି । ନିଶିକାନ୍ତ ଦୁବେ ଏନେଇ ଅଭିଯୋଗ ଆଣିି କହିଛନ୍ତି ଯେ, ଟିଏମସି ସାଂସଦଙ୍କ ସଂସଦୀୟ ଆକାଉଣ୍ଟରୁ ପାଖାପାଖି ୪୭ ଥର ଦୁବାଇରୁ ଲଗ ଇନ କରାଯାଇଥିଲା । କହିବାକୁ ଗଲେ ମହୁଆ ମୋଇତ୍ରାଙ୍କୁ ବ୍ୟବସାୟୀ ଦାର୍ଶନ ହିରାନନ୍ଦାନୀଙ୍କ ଠାରୁ ଦାମୀ ଉପହାର ନେଇ ଶିଳ୍ପପତି ଆଦାନୀଙ୍କ ବିରୋଧରେ ଗୃହରେ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ହୋଇଛି । ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ ମୋଇତ୍ରା ମଧ୍ୟ ସ୍ୱିକାର କରିଛନ୍ତି ଯେ, ସେ ନିଜ ଲଗ-ଇନ କ୍ରେଡେନସିୟାଲ ହୀରାନନ୍ଦାନୀଙ୍କ ସହ ସେୟାର କରିଛନ୍ତି ।
ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ପରେ ସେ କହିଥିଲେ ଯେ, ହିରାନନ୍ଦାନୀ ତାଙ୍କର ଘନିଷ୍ଠ ବନ୍ଧୁ। ତେବେ ସେ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ସଂସଦରେ ସେ ଯାହା ପ୍ରଶ୍ନ ପଚାରିଥିଲେ ତାହା ତାଙ୍କର ଅଟେ। ଏହି ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ୱିଟରରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲର ଉଦ୍ଧେଶ୍ୟରେ କହିଛନ୍ତି ଯେ ଗଣମାଧ୍ୟମରେ ଚାଲୁଥିବା ମହୁଆ ମୋଇତ୍ରାଙ୍କ ଖବର ଅନୁଯାୟୀ ସେ ଦୁବାଇରେ ହିରାନନ୍ଦାନୀଙ୍କ ଠାରୁ ମେଲ ଆଇଡି ୪୭ ଥର ବ୍ୟବହାର କରିଛନ୍ତି। ସାଂସଦ ପୋର୍ଟରୁ ଲୋକସଭା ପ୍ରଶ୍ନ ପଚରାଯାଇଥିଲା। ଯଦି ଏହି ଖବର ସତ ତେବେ ଦେଶର ସମସ୍ତ ସାଂସଦମାନେ ମାହୁଆଙ୍କ ଦୁର୍ନୀତି ବିରୋଧରେ ଠିଆ ହେବା ଉଚିତ୍।
महुआ जी (आरोपी सांसद) की खबर जो मीडिया में चल रही है,उसके अनुसार 47 बार दुबई में हीरानंदानी के यहाँ से mail id, सांसद portal से लोकसभा में प्रश्न पूछे गए ।यदि यह खबर सही है तो देश के सभी सांसदों को महुआ जी के भ्रष्टाचार के खिलाफ खड़ा होना चाहिए । हीरानंदानी के लिए हीरानंदानी ने…
— Dr Nishikant Dubey (@nishikant_dubey) November 1, 2023
ସେ ଆହୁରି ଲେଖିଛନ୍ତି ଯେ, ହିରାନନ୍ଦାନୀଙ୍କ ପାଇଁ ଲୋକସଭାରେ ହିରାନନ୍ଦାନୀ ପ୍ରଶ୍ନ ପଚାରିଥିଲେ। ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ଆମେ ସାଂସଦ ଅଟୁ କି? ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ମହୁଆ ସଂସଦୀୟ ପୋର୍ଟାଲର ଲଗଇନ୍ ଆଇଡି ଏବଂ ପାସୱାର୍ଡ଼କୁ ଅନ୍ୟମାନଙ୍କ ସହିତ ସେୟାର କରିଥିଲେ ଏବଂ ସେ ମଧ୍ୟ ମହୁଆଙ୍କୁ ଜାତୀୟ ସ୍ୱାର୍ଥକୁ ସାମ୍ନା କରିଥିବା ଅଭିଯୋଗ କରିଥିଲେ। ପୂର୍ବରୁ ମହୁଆ ମୋଇତ୍ରା ଏଥିକ୍ସ କମିଟିକୁ ଏକ ଚିଠି ଲେଖିଥିଲେ ଯେ, ସେ ବର୍ତ୍ତମାନ ଦିଲ୍ଲୀରେ ନାହାଁନ୍ତି। ନଭେମ୍ବର ୨ ପରେ ସେ ଏଥିକ୍ସ କମିଟି ନିକଟରେ ହାଜର ହୋଇପାରିବେ। ଏଥିକ୍ସ କମିଟି ମହୁଆ ମୋଇତ୍ରାଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଗୁରୁତର ବୋଲି କହି ନଭେମ୍ବର ୨ ରେ ତାଙ୍କୁ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା।