ପ୍ରଦୂଷଣରେ ବେହାଲ ଦିଲ୍ଲୀ: ରୋକିବା ପାଇଁ କେଜ୍ରିୱାଲ ନେଇଛନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିଲ୍ଲୀ, ନୋଇଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦ ପରି ସହରରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଏହି ସବୁ ସ୍ଥାନମାନଙ୍କରେ ସ୍କୁଲ ସବୁ ୨ ଦିନ ପାଇଁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥି ସହ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଯିବା ସହ କାର ଚଳାଚଳ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି ।

ଏ ନେଇ ଦିଲ୍ଲୀରେ ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଦୀପାବଳୀ ଆଗରୁ ଏପରି ପରିସ୍ଥିତି ଦେଖାଦେବା ଚିନ୍ତାଜନକ । ତେବେ ଏହାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ସରକାରୀ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ।

ଏହା ସହ ଅନାବଶ୍ୟକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହ ପେଟ୍ରୋଲ ଏବଂ ଡିଜେଲ କାର ଚଳାଚଳ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି କେଜ୍ରିୱାଲ ।

ତେବେ ଆଜି ରାଜଧାନୀରେ ବାୟୁରେ ବହୁମାତ୍ରାରେ ପ୍ରଦୂଷଣ ଭରି ରହିଛି । ତେବେ ଏହା ସହ ବାୟୁମଣ୍ଡଳୀୟ ଗୁଣବତ୍ତା ‘ଗୁରୁତର’ ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।