ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ: ଗଣଶିକ୍ଷାମନ୍ତ୍ରୀ

କଟକ, ୨୧ା୫(ଓଡ଼ିଶା ଭାସ୍କର): ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କଟକସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସ୍ଥଗିତ ଥିବା ମାଟ୍ରିକ ଖାତା ଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହିପରି ସୂଚନା ମିଳିଛି । ଗତ ୨୦ତାରିଖରୁ ମାଟ୍ରିକ ଖାତା ଦେଖା ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବାତ୍ୟା ଅମ୍ଫନ ପାଇଁ ଏହା ଗୋଟିଏ ଦିନ ପାଇଁ ଘୁଞ୍ଚାଯାଇ ଆଜିଠୁ ଖାତା ଦେଖା ହେବାର ଥିଲ।। କିନ୍ତୁ ଗତକାଲି ପୁଣିଥରେ ଅମ୍ଫନ ସ୍ଥିତିକୁ ନେଇ ଖାତା ଦେଖା ପୁରା ସ୍ଥଗିତ ରଖାଯାଇଥିଲା ।