fbpx

(video)ପରିବାର ସହ ମନ୍ଦିର ଚଟାଣରେ ବସି ‘ରଘୁୁପତି ରାଘବ ରାଜାରାମ’ ଗାଇଲେ ଋଷି ସୁନକ, ଦେଖିବା ଭଳି ଥିଲା ଉତ୍ସାହ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବେ ନିଜ କ୍ୟାବିନେଟ୍‌ରେ ଅଦଳବଦଳକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହାରି ମଧ୍ୟରେ ସୁନକଙ୍କ ପତ୍ନୀ ଅକ୍ଷରା ମୂର୍ତ୍ତି ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ସୁନକ ନିଜ ପରିବାର ସହ ଚଟାଣ ଉପରେ ବସି ରଘୁୁପତି ରାଘବ ରାଜାରାମ ଭଜନ ଗାଉଛନ୍ତି ।

ସୁନକ ପତ୍ନୀ ଅକ୍ଷରା ଓ ଦୁଇ କନ୍ୟାଙ୍କ ସହ ମିଶି ବ୍ରିଟେନ ସ୍ଥିତ ନିଜ ଘର ସାଉଥଆମ୍ପଟନରେ ଦିୱାଲି ପାଳନ କରିଛନ୍ତି । ରେଡକ୍ଲିଫ୍ ରୋଡ୍‌ରେ ଥିବା ବୈଦିକ ସୋସାଇଟି ହିନ୍ଦୁ ମନ୍ଦିରରେ ଦିୱାଲି ଉତ୍ସବ ପାଳନ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ତାଙ୍କ ମାତାପିତା ଯଶବୀର ଓ ଉଷା ସୁନକ ମଧ୍ୟ ସାମିଲ ହୋଇଥିଲେ । ତେବେ ଏହି ସମୟରେ ସବୁଠାରୁ ବଡ କଥା ଥିଲା ଋଷି ସୁନକ ଓ ତାଙ୍କ ପତ୍ନୀ ବାଦ୍ୟର ତାଳେ ତାଳେ ଭଜନ ‘ରଘୁପତି ରାଘବ ରାଜାରାମ’ ଗାଇବା । ଏହି ସମୟରେ ସେମାନଙ୍କ ଉତ୍ସାହ ଦେଖିବା ଭଳି ହିଁ ଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଏହା ପୂର୍ବରୁ ନଭେମ୍ବର ୧୩ରେ ସୁନକ ନିଜ ଘର ବାହାରେ ପାରମ୍ପାରିକ ଶୈଳୀରେ ଦୀପ ଜଳାଉଥିବାର ନଜର ଆସିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ଋଷି ସୁନକ ହେଉଛନ୍ତି ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଯିଏ କି ଜଣେ ହିନ୍ଦୁ ଓ ଭାରତୀୟ ବଂଶୋଦ୍ଭବ ।

Get real time updates directly on you device, subscribe now.