fbpx

ମାସ୍କ କାଇଁ ବୋଲି ପଚାରିବାରୁ କନେଷ୍ଟବଳର କାନ କାଟିଲା ଯୁବକ

କରୋନା ସଙ୍କଟର ମୁକାବିଲା କରିବା ପାଇଁ ଭାରତ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ଘରୁ ବାହାରିବା ବେଳେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ପୋଲିସକର୍ମୀ ମାନେ ମଧ୍ୟ ସାହସିକତା ସହ ଯୋଦ୍ଧା ସାଜି ଦିନ ରାତି ସେବା ଯୋଗାଇବାରେ ଲାଗିପଡିଛନ୍ତି । କିନ୍ତୁ ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ପୋଲିସଙ୍କ ଉପରକୁ ଆକ୍ରମଣ କରିବାରୁ ବିରତ ହେଉନାହାନ୍ତି । ସେହିଭଳି ଏକ ନିନ୍ଦନୀୟ ଘଟଣା ମଧ୍ୟପ୍ରଦେଶ ଅଶୋକନଗର ବାହାଦୂରପୁର ଥାନାରେ ଘଟିଯାଇଛି, ଯେଉଁଠାରେ ମାସ୍କ କାଇଁ ବୋଲି ପଚାରିବାରୁ ଜଣେ ଯୁବକ ପୋଲିସ କନେଷ୍ଟବଳଙ୍କ କାନ କାଟିଦେଇଛି ।


ଖବର ମୁତାବକ, ଥାନରେ ଜଣେ ଯୁବକ ବିନା ମାସ୍କରେ ପ୍ରବେଶ କରୁଥିଲା । ଏହି ସମୟରେ କନେଷ୍ଟବଳ ତାକୁ ମାସ୍କ କାଇଁ ବୋଲି ପଚାରିବାରୁ ଯୁବକ ବାହାରକୁ ଚାଲିଯାଇଥିଲା । କିଛି ସମୟ ପରେ ପୁଣି ଥାନାକୁ ଆସି ଗାଳି ଦେବାକୁ ଲାଗିଲା । ଏପରି ନ କରିବାକୁ ବାଧା ଦେବାରୁ ଯୁବକ ଜଣକ ପାଖକୁ ଯାଇ ଶାହିଦ ଖାନ ନାମକ ଜଣେ କନେଷ୍ଟବଳଙ୍କ ଉପରକୁ ଛୁରିରେ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଶାହିଦଙ୍କ କାନ ଓ ହାତ ଆଘାତ ହୋଇଛି । ଏହାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିଲା । ପରେ ସହରରେ ନାକାବନ୍ଦୀ କରିବାକୁ ଅଭିଯୁକ୍ତ ଯୁବକକୁ ଧରିବାରେ ପୋଲିସ ସଫଳ ହୋଇଥିଲା ।

Get real time updates directly on you device, subscribe now.