fbpx

ଚକ୍ଷୁ ଓ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ ରୁମ୍ ହିଟର

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ କିଛି ସପ୍ତାହ ହେବ ଶୀତର ପ୍ରକୋପ ଜାରି ରହିଛି । ଏମିତିରେ ଲୋକମାନେ ପ୍ରାୟ ଘର ଭିତରେ ରହିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ସ୍ୱେଟର ପିନ୍ଧି ରହୁଥିବା ବେଳେ ଆଉ କେତେଜଣ ରୁମ୍ ହିଟର ବ୍ୟବହାର କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ରୁମ୍ ହିଟର ଠିକ୍ ଭାବେ ବ୍ୟବହାର ନ କରିବା ଦ୍ୱାରା ବିପଦର ସମ୍ମୁଖୀନ ହୋଇଥାଏ । କହିବାକୁ ଗଲେ ରୁମ୍ ହିଟରର ବ୍ୟବହାର କମ କରିବା କଥା ନହେଲେ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ।

ବିଶେଷଜ୍ଞଙ୍କ ମତରେ ରାତି ସାରା ରୁମ୍ ହିଟର ଲଗାଇ ରଖିବା କ୍ଷତିକାରକ ହୋଇପାରେ । ତେଣୁ ସତର୍କତା ଏବଂ ସାବଧାନତାର ସହ ଏହାକୁ ବ୍ୟବହାର କରିବା ଉଚିତ । ସ୍ୱଳ୍ପ ସମୟ ପାଇଁ ରୁମ୍ ହିଟର୍ ଚଲାଇବା କଥା । କକ୍ଷରେ ଭେଣ୍ଟିଲେସନ୍ ଭଲ ନଥିଲେ ରାତି ସାରା ରୁମ୍ ହିଟର ଲଗାନ୍ତୁ ନାହିଁ । ଏହା ଦ୍ୱାରା କକ୍ଷରେ କାର୍ବନ ମୋନୋକ୍ସାଇଡ଼୍ ଗ୍ୟାସ ଭର୍ତ୍ତି ହୋଇଯିବ ଏବଂ ଅମ୍ଳଜାନ କମିଯିବ । ନିଦ୍ରା ଅବସ୍ଥାରେ ବ୍ୟକ୍ତିର ମୃତ୍ୟୁ ବି ହୋଇପାରେ । ତେବେ ରୁମ୍ ହିଟରର ପାଶ୍ୱର୍ ପ୍ରତିକ୍ରିୟା କମ୍ କରିବା ପାଇଁ ହ୍ୟୁମିଡ଼ିଫାୟାରର ବ୍ୟବହାର କରିବା ଉଚିତ ।

ଆସନ୍ତୁ ଜାଣିବା ଅତ୍ୟାଧିକ ମାତ୍ରାରେ ରୁମ୍ ହିଟର ଚଲାଇବା ଦ୍ୱାରା କ’ଣ ସବୁ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ:

– ରୁମ ହିଟର କକ୍ଷରେ ଥିବା ବାୟୁକୁ ଶୁଷ୍କ କରିଥାଏ ଯାହା ଚର୍ମ ଶୁଷ୍କତା ସମସ୍ୟା ସୃଷ୍ଟି କରିପାରେ । ଶ୍ୱାସ ରୋଗୀ ଏବଂ ଯେଉଁମାନଙ୍କର ଶୁଷ୍କ ତ୍ୱଚା ସେମାନଙ୍କୁ ରୁମ୍ ହିଟରର ବ୍ୟବହାର କମ କରିବା କଥା ।

– ଏହା ଚକ୍ଷୁ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଖିର ଶୁଷ୍କତା ବୃଦ୍ଧି ପାଇବା ସହ ଖିଚ୍‌ଖିଚ୍ ଅନୁଭବ ହୋଇଥାଏ । ଏପରି ହେଲେ ହିଟର ବନ୍ଦ କରି ଦିଅନ୍ତୁ ।

– ରୁମ୍ ହିଟର ଚଲାଇବା ଦ୍ୱାରା କେତେ ଜଣଙ୍କର ଆଲର୍ଜୀ ସମସ୍ୟା ହୋଇପାରେ । ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

Get real time updates directly on you device, subscribe now.