fbpx

ବାରମ୍ବାର ବ୍ୟବହାର କରିବା ପରେ ଫିକା ପଡ଼ୁଛି କି ଶୀତ ବସ୍ତ୍ରର ଚମକ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଶୀତ ଦିନେ ଶରୀରକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଶୀତ ବସ୍ତ୍ର ପିନ୍ଧିଥାଉ । ବେଳେ ବେଳେ ଶୀତ ବସ୍ତ୍ରକୁ ଏକାଧିକବାର ବ୍ୟବହାର କରିବା ଦ୍ୱାରା ଏଥିରୁ ରୁମ(Lint) ବାହାରିଥାଏ । ଏହା ବହୁତ ଅସୁନ୍ଦର ଦେଖାଯାଏ । ବେଳେ ବେଳେ ଦାମୀ ଶୀତବସ୍ତ୍ରକୁ ଅଧିକ ଥର ଡ୍ରାଇକ୍ଲିନିଂ କରିବା ବି ଠିକ୍ ନୁହେଁ । ଏହା ଦ୍ୱାରା ଶୀତବସ୍ତ୍ର ଶୀଘ୍ର ନଷ୍ଟ ହୋଇଥାଏ । ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ଚମକ ବଜାୟ ରଖିବା ପାଇଁ ଆମକୁ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ସହଜ ଟିପ୍ସ ବିଷୟରେ :

– ଶୀତ ବସ୍ତ୍ରରୁ ସହଜରେ ରୁମ ବାହାର କରିବା ପାଇଁ ସରୁ ଦାନ୍ତ ଥିବା ପାନିଆ ବ୍ୟବହାର କରିପାରିବେ । ପୋଷାକର ଉପରୁ ତଳ କ୍ରମରେ ଧିରେ ଧିରେ ପାନିଆ ଚଲାନ୍ତୁ ।

– ଆଜିକାଲି ବଜାରରେ ବିଭିନ୍ନ ପ୍ରକାର Lint ରିମୁଭର ଉପଲବ୍ଧ । ଏହା ଦ୍ୱାରା ସହଜରେ ଶୀତ ବସ୍ତ୍ର, ଶାଲ, ବେଡ଼ସିଟରୁ ସହଜରେ ରୁମ ବାହାରିଥାଏ ।

– ଶୀତ ବସ୍ତ୍ରକୁ ସଦାବେଳେ ଓଲଟା କରି ଧୋଇବା ଉଚିତ । ଏହା ଦ୍ୱାରା ବସ୍ତ୍ରରେ ସହଜରେ ରୁମ ଆସିନଥାଏ । ଏହା ବ୍ୟତୀତ ଶୀତ ବସ୍ତ୍ର ଧୋଇବା ପାଇଁ ବିଶେଷ ପ୍ରକାର ଲିକ୍ୱିଡ଼ ଡିଟର୍ଜେଣ୍ଟର ବ୍ୟବହାର କରନ୍ତୁ । ଏହା ଦ୍ୱାରା ଶୀତ ବସ୍ତ୍ରର ଚମକ ବଜାୟ ରହିଥାଏ ।

– ଶୀତ ବସ୍ତ୍ର ପିନ୍ଧି ଶୋଇବା ଉଚିତ ନୁହେଁ । ଏହା ଦ୍ୱାରା ବସ୍ତ୍ରରେ ସହଜରେ ରୁମ ଆସିଥାଏ ।

– ଶୀତ ବସ୍ତ୍ରରୁ ରୁମ ବାହାର କରିବା ପାଇଁ ରେଜର ବ୍ୟବହାର କରିପାରିବେ । ଏହି ଉପାୟ ସାବଧାନତା ସହ କରନ୍ତୁ ନଚେତ ସୂତା କଟିଯାଇପାରେ ।

– ମୋଟା ଟେପର ବ୍ୟବହାର କରିବା ଦ୍ୱାରା ସହଜରେ ଶୀତ ବସ୍ତ୍ରରୁ ରୁମ ବାହାର କରିପାରିବା । ଏହି ମୋଟା ଟେପକୁ ରୁମ ଲାଗିଥିବା ସ୍ଥାନରେ ଚିପକାଇ ଦିଅନ୍ତୁ । କିଛି ସମୟ ପରେ ଓଲଟା ପଟୁ ଜୋରରେ ଟାଣି ଦିଅନ୍ତୁ । ଦେଖିବେ ରୁମ ସହଜରେ ବାହାରି ଯିବ ।

– ଶୀତ ବସ୍ତ୍ର ସଫା କରିବା ପରେ ଶେଷରେ ଭିନେଗାର ପାଣିରେ କିଛି ସମୟ ରଖି କାଢ଼ି ଦିଅନ୍ତୁ ।

ତେବେ ଶୀତ ବସ୍ତ୍ରର ଯତ୍ନ ନେବା ସମୟରେ ଏହି ସବୁ ବିଷୟ ଉପରେ ଧ୍ୟାନ ଦେବା ଉଚିତ:

– କପଡ଼ା ହ୍ୟାଙ୍ଗରରେ ଶୀତ ବସ୍ତ୍ର ବିଶେଷ କରି ସ୍ୱେଟର ଶୁଖାନ୍ତୁ ନାହିଁ । ସବୁବେଳେ ଷ୍ଟିମ୍ ପ୍ରେସ କରନ୍ତୁ ବା କୌଣସି ସମତଳ ସ୍ଥାନରେ ଶୁଖାନ୍ତୁ । ଏହା ଦ୍ୱାରା ସ୍ୱେଟରର ଆକାର ବିଗଡ଼ି ନଥାଏ ।

– ୱାଶିଙ୍ଗ୍ ମେଶିନରେ ଶୀତ ବସ୍ତ୍ର ଧୋଇବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ବସ୍ତ୍ରର କପଡ଼ା ଶୀଘ୍ର ନଷ୍ଟ ହୋଇଥାଏ । ହାର୍ଡ଼ ଡ଼ିଟର୍ଜେଣ୍ଟ ବ୍ୟବହାର କରନ୍ତୁ ନାହିଁ ।

– ବେଳେ ବେଳେ ଶୀତ ବସ୍ତ୍ର ଗୁଡ଼ିକୁ ଖରାରେ ଦେଖାଇବା କଥା । ଏହା ଦ୍ୱାରା ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ପରେ ବାକ୍ସରେ ରଖିବା ସମୟରେ ନାପଥାଲିନ୍ ବଲ୍ ରଖିବାକୁ ଭୁଲିବେ ନାହିଁ ।

Get real time updates directly on you device, subscribe now.