fbpx

ସାଂଘାତିକ ହେଲା କରୋନା:୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କର ମୃତ୍ୟୁ, କେରଳରେ ୩ ତ’ କର୍ଣ୍ଣାଟକରେ ୨ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: କରୋନା ଏବେ ସାଂଘାତିକ ହେବାରେ ଲାଗିଛି, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ହେତୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ କେବଳ କେରଳରୁ ୩ଟି ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ କର୍ଣ୍ଣାଟକରେ ୩ ଏବଂ ଗୋଟିଏ ପଞ୍ଜାବରେ ସଂକ୍ରମଣ ହେତୁ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଯଦି ଆମେ ଗତ ଦୁଇ ସପ୍ତାହକୁ ଦେଖିବା, କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୨ ରେ ପହଞ୍ଚିଛି । ଏହା ବ୍ୟତୀତ ନୂଆ ମାମଲା ମଧ୍ୟ ବୃଦ୍ଧି ପାଇଛି । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସମସ୍ତେ ଆକ୍ଟିଭ୍ ହୋଇଯାଇଛନ୍ତି । କରୋନାର ନୂଆ ଭାରିଆଣ୍ଟ JN.1 ର ଟ୍ରାକିଂ ମଧ୍ୟ ଜୋରଦାର ଚାଲିଛି ।

ଭାରତରେ କରୋନା ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । ତେବେ ସର୍ବାଧିକ ବିପଦପୂର୍ଣ୍ଣ ଅଞ୍ଚଳରେ କେରଳ ରହିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ୩୦୦ ଟି କରୋନା ମାମଲା କେବଳ କେରଳର ରହିଛି । ବିଶେଷ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୬ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ଦେଶରେ ୨୬୬୯ ସକ୍ରିୟ ମାମଲା ରହିଛି । କେରଳରେ ସକ୍ରିୟ ରୋଗୀ ୨୩୪୧ କୁ ବୃଦ୍ଧି ପାଇଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ ଅନୁଯାୟୀ, କେରଳରେ କରୋନା ମାମଲା ବୃଦ୍ଧି ଚିନ୍ତାର ବିଷୟ ନୁହେଁ । ରାଜ୍ୟରେ ସଂକ୍ରମଣର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଦିଲ୍ଲୀ ଏବଂ ଏନସିଆରରେ ମଧ୍ୟ କରୋନା ପ୍ରବଶେ କରିଛି । ବୁଧବାର ଦିନ ଦିଲ୍ଲୀରେ ତିନୋଟି ଏବଂ ଗାଜିଆବାଦରେ ତିନୋଟି କରୋନା ମାମଲା ସାମ୍ନାକୁ ଆସିଛି । ବିଶେଷ କଥା ହେଉଛି ସାତ ମାସ ପରେ ଗାଜିଆବାଦରେ କରୋନା ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ନୋଏଡାଠାରେ କରୋନା ମାମଲା ମଧ୍ୟ ରିପୋର୍ଟ ହୋଇଛି । କରୋନାର ସବ୍-ଭାରିଆଣ୍ଟ JN.1 ଦିଲ୍ଲୀରେ ପହଞ୍ଚିବାର ଏକପ୍ରକାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଏହା ତିନୋଟି ରାଜ୍ୟରେ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ମିଳିଥିବା ସଂକ୍ରମିତ ଲୋକମାନଙ୍କର ନମୁନା ମଧ୍ୟ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

Get real time updates directly on you device, subscribe now.